କରୋନାରେ ଚାଲିଗଲା ବାପାଙ୍କ ଜୀବନ; ସ୍କୁଲ ଯିବାରୁ ବଞ୍ଚିତ ହେଉଛି ମେଧାବୀ ପୁଅ

Published By : Prameya-News7 Bureau | June 27, 2022 IST

ଆନନ୍ଦପୁର ୨୭/୦୬ : ଆନନ୍ଦପୁରର ରବୀନ୍ଦ୍ର ଦଳେଇ ବୃତ୍ତିରେ ଚିତ୍ରକର। ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଆନନ୍ଦପୁର ଗାଁ ଛାଡ଼ି ୧୫୦ କି.ମି. ଦୂର ଜୋଡ଼ାରେ ରହୁଥିଲେ। ତାଙ୍କ ପୁଅ ସାଇ ସୁବ୍ରମଣ୍ୟମ ଭଲ ପାଠ ପଢ଼େ। କିନ୍ତୁ ଗତ ୨୦୨୧ ଜୁନ୍‌ ୧ରେ ରବୀନ୍ଦ୍ର କରୋନାରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ସ୍ତ୍ରୀ ରାଧାରାଣୀ ପୁଅ ସହିତ ଜୋଡ଼ାରୁ ଆନନ୍ଦପୁରକୁ ଚାଲିଆସିଛନ୍ତି।

ସ୍ୱାମୀ ରବୀନ୍ଦ୍ରଙ୍କ ମୃତ୍ୟୁ ପରେ ଜୋଡ଼ାରେ ରହି ଚଳିବାକୁ ଓ ପୁଅକୁ ପାଠ ପଢ଼ାଇବାକୁ ରାଧାରାଣୀ ଅସମର୍ଥ। ସେଥିପାଇଁ ଏବେ ପୁଅ ପାଠ ପଢ଼ାରେ ବନ୍ଦ ହେବା ଭଳି ପରିସ୍ଥିତି ଉପୁଜିଛି। ପୁଅକୁ ଆନନ୍ଦପୁର ଆଦର୍ଶ ବିଦ୍ଯାଳୟକୁ ବଦଳିକରି ଆଣିଲେ ହୁଏତ ସେ ପୁଣିଥରେ ପାଠ ପଢିବ। ଏହି ଆଶାନେଇ ରାଧାରାଣୀ ସ୍ଥାନୀୟ ଶିକ୍ଷା ବିଭାଗ ସହ ଜିଲ୍ଲା ଅଧିକାରୀଙ୍କୁ ବାରମ୍ୱାର ଗୁହାରି କରିଛନ୍ତି। କିନ୍ତୁ ସିଟ୍ ନଥିବା କହି ସମସ୍ତେ ମୁହ ଫେରାଇଥିବା ଅଭିଯୋଗ ହୋଇଛି। ସୋମବାର ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁହାରୀ କରିବାରୁ ଜିଲ୍ଲାପାଳ ଏସମ୍ପର୍କରେ ଉଚିତ୍ ବିଚାର କରିବେ ବୋଲି ମା ରାଧାରାଣୀ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.