ବୌଦ୍ଧ, ୦୭/୦୮: ବୌଦ୍ଧ ବିଜାପଦର ଗ୍ରାମରେ ଅଭାବନୀୟ ଘଟଣା । ମଦ୍ୟପ ଜ୍ୱାଇଁର ଉନ୍ମତ କାଣ୍ଡ । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ଗୁରୁତର l ଶଶୁରକୁ ଗୁରୁତର ଅବସ୍ଥାରେ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ବିଜାପଦର ଗାଁରେ ଅପରାହ୍ନ ସମୟରେ ଉକ୍ତ ଗ୍ରାମର ବିଦେଶୀ ମିର୍ଧା ଏବଂ ତାଙ୍କ ଜ୍ୱାଇଁ ଅଜିତ ଗୁରୁଙ୍କ ମଧ୍ୟରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଳି ଗୁଲଜ ହୋଇଥିଲା । ପରେ ଜ୍ୱାଇଁ ମଦ ପିଇ ଆସି ଶ୍ୱଶୁରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଯଦ୍ବାରା ଶ୍ବଶୁର ବିଦେଶୀ ମିର୍ଧାଙ୍କ ଦେହରେ ଟାଙ୍କିଆ ଚୋଟ ଲାଗିଥିଲା । ଫଳରେ କ୍ଷତ ବିକ୍ଷତ ହୋଇ ସେଠାରେ ସେ ପଡି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ବିଦେଶୀଙ୍କୁ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।