ବିଦ୍ୟୁତ ବୋର୍ଡ ସଜାଡୁଥିବା ବେଳେ ଅଘଟଣ : ଜ୍ୱାଇଁ ଘରେ ଶ୍ବଶୁରଙ୍କ ମୃତ୍ୟୁ
3/10/2023 at 1:31 PM

କଣ୍ଟାବାଞ୍ଜି ୩।୧୦: ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ । ଜ୍ବାଇଁ ଘରେ ବିଦ୍ୟୁତ ସଜାଡୁଥିବା ବେଳେ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଗଡ଼ଗଡ଼ବାହାଲ ଗାଁରେ । ମୃତ ଶ୍ବଶୁର ହେଲେ ମୁରିବାହାଲ ଥାନା କୁର୍ଲୁବାହାଲ ଗାଁର ଛବି ଧରୁଆ ।
ସୂଚନାଯୋଗ୍ୟ ଯେ, ଛବି ଧରୁଆ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ଝିଅ ଘର ଗଡଗଡ଼ବାହାଲକୁ ଆସି ଘର କାମ କରୁଥିଲେ । ଜ୍ୱାଇଁ ଘରର ବିଦ୍ୟୁତ ବୋର୍ଡ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା । ପରିବାର ଲୋକେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛବିଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତୁରେକେଲା ପୋଲିସ ଅଧିକ ତଦନ୍ତ କରୁଛି ।
You Can Read :