ପାରିବାରିକ କଳହ! ବୋହୂକୁ ହାଣି ଆତ୍ମହତ୍ୟା କଲେ ଶ୍ବଶୁର

Published By : Prameya-News7 Bureau | February 16, 2019 IST

ଯାଜପୁର୧୬|୨: ପାରିବାରିକ କଳହକୁ ନେଇ ଶ୍ବଶୁର ବୋହୁକୁ ହାଣି ନିଜେ  ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧିନସ୍ଥ ବରୁଣେଇପଦା ଗ୍ରାମରେ । ବାରୁଣେଇପଦା ଗ୍ରାମର ଦାମୋଦର ବେହେରା  ତାଙ୍କ ବୋହୁ ଶକୁନ୍ତଳାଙ୍କୁ ଘରୋଇ କଳି ଯୋଗୁଁ ଏକ ଧାରୁଆ କାତିରେ ହାଣି ରକ୍ତାକ୍ତ କରିବା ପରେ ନିଜେ ବାଡି ପଛପଟ ବାଉଁଶ ବୁଦାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

{"id":85898,"width":589,"height":442}

ଦାମୋଦର ବେହେରାଙ୍କୁ  ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶ୍ବଶୁର ଦାମୋଦର ବେହେରାଙ୍କୁ ମୃତୁ ଘୋଷଣା କରିଥିବା ବେଳେ ବୋହୁ ଶକୁନ୍ତଳା ଗୁରୁତର ଥିବାରୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ପାଣିକୋଇଲ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ।    

{"id":85899,"width":592,"height":444}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.