ନିଜ ପୂତ୍ରବଧୂକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୭୨ ବର୍ଷ ବୟସ୍କ ଶ୍ବଶୁର ଗିରଫ, ଦୁଷ୍କର୍ମ ଉଦ୍ୟମର ଷ୍ଟିଙ୍ଗ୍ ଅପରେସନ କରି ଥାନାରେ କ୍ଲିପିଂ ଦାଖଲ କରିଥିଲେ ବୋହୂ

Published By : Prameya-News7 Bureau | August 13, 2019 IST

ପିପିଲି ୧୩|୮:  ନିଜ ପୂତ୍ରବଧୂକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ୭୨ବର୍ଷ ବୟସ୍କ ଶ୍ବଶୁରରକୁ ପିପିଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ରବିବାର ବିଳମ୍ବିତ ସନ୍ଧ୍ୟାରେ ଶ୍ବଶୁରଙ୍କ କଳାକାରନାମାର ଷ୍ଟିଙ୍ଗ୍ ଭିଡିଓ ସହ ବୋହୂ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପିପିଲି ପୋଲିସ ଶ୍ବଶୁରକୁ ଅଟକ ରଖିଥିଲା । ସମଗ୍ର ଘଟଣାଟି ଏହିପରି…

{"id":143876}

ପୁରୀ ଜିଲ୍ଲା ପିପିଲି ବ୍ଲକରେ ଏଭଳି ଘଟଣା ଘଟିଛି । ୧୧ ବର୍ଷର ପୁଅ ଏବଂ ୭୨ ବର୍ଷ ଶ୍ବଶୁରଙ୍କ ସହ ଏହି ମହିଳା ଜଣଙ୍କ ରୁହନ୍ତି । ବିବାହର କିଛି ବର୍ଷ ପରେ ଚାଲିଥିଲା ଯୌତୁକ ନିର୍ଯାତନା । ୮ ବର୍ଷ ତଳେ ଘର ଛାଡ଼ି ଚାଲିଯାଇ ଭୁବନେଶ୍ବରରେ ସ୍ବାମୀ ରହିଲେ । ଶାଶୁ ଯାଇ ରହିଲେ ସାନପୁଅ ପାଖରେ। ଏକାକୀର ସୁଯୋଗ ନେଇ ବୋହୂ ଉପରେ ଲୋଲୁପ ଦୃଷ୍ଟି ପକାଇଛି ଶ୍ବଶୁର । ଏ ଘଟଣା ଘର ଲୋକଙ୍କୁ ଜଣାଇଲେ ମଧ୍ୟ କେହି ତାଙ୍କ କଥା ବିଶ୍ବାସ କଲେନି । ଏପରିକି ସ୍ବାମୀ ବି ବିଶ୍ବାସକୁ ନେଲେନି। ବରଂ ଓଲଟା ଧମକଚମକ ଦେଲେ। ଶେଷରେ ବାଧ୍ୟ ହୋଇ ପିପିଲି ଥାନାରେ ଶ୍ବଶୁରଙ୍କ ବିରୋଧରେ ଏତଲା ଦେଲେ ନିର୍ଯାତିତା ବୋହୁ ।

{"id":143877}

ନିଇତି ରାତିରେ ବୋହୂର ବେଡରୁମ୍‌ରେ ପଶି ପାଶବିକ ଅତ୍ୟାଚାର କରିବାକୁ ଉଦ୍ୟମ କରୁଛି ଏହି କାମାନ୍ଧ ଶ୍ବଶୁର। ଏମିତି ଏକ ଜଣେ ପାପି ଶ୍ବଶୁରର କଳଙ୍କିତ କାର୍ଯ୍ୟକଳାପର ମୁଖା ଖୋଲିଦେଇଛନ୍ତି ଅତିଷ୍ଠ ହୋଇପଡ଼ିଥିବା ବୋହୁ । ଶ୍ବଶୁରର ଖରାପ ଚରିତ୍ରକୁ ଭିଡିଓ ସୁଟିଂ କରି ପଦାରେ ପକାଇଦେଇଛନ୍ତି । ଅଭିଯୁକ୍ତ ଶ୍ବଶୁରର ଅତି କଦର୍ଯ୍ୟ କାରନାମା ସମ୍ପର୍କରେ କହିହେବନି କି ସେ ଚିତ୍ର ବି ଦେଖାଇହେବନି । କିନ୍ତୁ ସେ ଚିତ୍ର ବୟାନ କରୁଛି କେତେ ଘୃଣ୍ୟ ହୋଇପାରେ ମଣିଷ। ନିଜ ମାନ ସମ୍ମାନକୁ ଭୁଲିଯାଇ ପାରେ । ଘରକୁ ଝିଅ ବୋଲି କରି ଆଣିଥିବା ବୋହୂକୁ ବି ଦୁଷ୍କର୍ମ ଉଦ୍ୟମ କରିପାରେ।  ଏ ନେଇ ମାମଲା ଥାନାରେ ପହଞ୍ଚିଥିଲା । ଏ ହେଉଛି ସେହି ଏଫଆଇଆର କପି ଯେଉଁଥିରେ ସେ ଶ୍ବଶୁର ବିରୋଧରେ ଲେଖିବାକୁ ବାଧ୍ୟ ହୋଇଥିଲେ । ଅଭିଯୋଗ ଆଧାରରେ ଶ୍ବଶୁରଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.