ଜେଲ୍‌ରେ ଉପମା-ଘୁଘୁନି ଖାଇଲେ ପ୍ରଦୀପ: ଆଜି ମୁହାଁମୁହିଁ ହୋଇପାରନ୍ତି ଭାବି ଶ୍ବଶୁର-ଜ୍ବାଇଁ

Published By : Prameya-News7 Bureau | December 04, 2020 IST

 ଭୁବନେଶ୍ବର୪/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ପରେ ଝାରପଡା ଜେଲରେ ରାତି କାଟିଛନ୍ତି। ଆଜି ସକାଳୁ ଜଳଖିଆ ଭାବେ ତାଙ୍କୁ ଘୁଘୁନି-ଉପାମା ଦିଆଯାଇଛି। ଅନ୍ୟପଟେ ଶ୍ବଶୁର ଏବଂ ଭାବି ଜ୍ବାଇଁ ମୁହାଁମୁହିଁ ହୋଇପାରନ୍ତି। କ୍ରାଇମବ୍ରାଞ୍ଚ ରିମାଣ୍ଡ ନେଇ ପଚରାଉଚରା କରିପାରେ। ଅନ୍ୟପଟେ ପାଠକଙ୍କ ବିରୋଧରେ ପଡ଼ିଥିବା ପିଟିସନକୁ ନେଇ ଭିଜିଲାନ୍ସ ଟିମ୍‌ର ଖୋଳତାଡ଼ ଆରମ୍ଭ କରିଛିI ବୌଦ୍ଧରେ ଥିବା ବେଳେ ୭ ରୁ ଅଧିକ ପିଟିସନ ପଡିଥିଲା I

ବେଆଇନ ପ୍ରମୋସନ ନେଇ ବୌଦ୍ଧ ଫରେଷ୍ଟର ପକେଇଥିଲେ ପିଟିସନI ଅରଣ୍ୟ ଭବନ ରେଡ୍‌ ବେଳେ ଭିଜିଲାନ୍ସ ସାମ୍ନାକୁ ଆସିଥିଲା ଏହି ବିସ୍ଫୋରକ ତଥ୍ୟ।ସେହିପରି ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିଶନରେଟ୍ ପୋଲିସ। ଖାରବେଳନଗର ଥାନା ପକ୍ଷରୁ ଲେଖା ଯାଇଛି ଚିଠି। ଆତ୍ମଘୋଷିତ ଆକାଶ ପାଠକ ଟାଟାର ଏମ୍‌ଡି କି ନୁହେଁ ସତ ଜାଣିବାକୁ ଚିଠି ଲେଖିଛି ପୋଲିସ। ନିଜକୁ ଟାଟାର ଏମ୍‌ଡି କହି ସ୍କାଏକିଂ ନାମକ ଟ୍ରାଭେଲ  ସଂସ୍ଥା କୁ ଠକିଥିବା ନେଇ ଖାରବେଳନଗର ଥାନାରେ ଆକାଶ ନାଁରେ ରହିଛି ଅଭିଯୋଗ। ଟାଟା ପକ୍ଷରୁ ଉତ୍ତର ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।

ଅନ୍ୟପଟେ ଗୁରୁବାର ଠକେଇ ଅଭିଯୁକ୍ତ ଭାବେ ଦଫା ୪୨୦, ୪୨୧ରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି ଡ. ପ୍ରଦୀପ ପାଣିଗ୍ରାହୀ। ଛାତ୍ରବସ୍ଥାରୁ ରାଜନୀତି ଆରମ୍ଭ କରିଥିବା ପ୍ରଦୀପଙ୍କ ପଲିଟିକାଲ୍‌ କ୍ୟାରିୟର୍‌ ଏବେ ଡୁବିଯିବାକୁ ବସିଥିବା ଆଶଙ୍କା କରାଯାଉଛି।ଇଓଡବ୍ଲ୍ୟୁ ଅଫିସ୍‌ରେ ଜେରା ପରେ ରାତି ପ୍ରାୟ ୮ଟା ବେଳେ କ୍ୟାପିଟାଲ ହସ୍ପିଟାଲ୍‌ରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତା’ପରେ କରୋନା ଟେଷ୍ଟ କରାଯାଇଥିଲା। ନେଗେଟିଭ୍‌ ରିପୋର୍ଟ ଆସିଲା ପରେ ତାଙ୍କୁ କୋର୍ଟକୁ ନିଆଯାଇଥିଲା। କୋର୍ଟ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ସାଢ଼େ ୧୦ଟା ବେଳେ ଝାରପଡା ଜେଲ୍‌କୁ ନିଆଯାଇଥିଲା। ତାଙ୍କୁ ଗୋଟିଏ କମ୍ବଳ, ଗୋଟିଏ ଷ୍ଟିଲ୍‌ ଥାଳି ଓ ଗୋଟିଏ ତାଟିଆ ଦିଆଯାଇଥିଲା । ଏହାକୁ ନେଇ ପ୍ରଦୀପ ଜେଲ୍‌ ଭିତରକୁ ଯାଇଥିଲେ ।

ବିଧାୟକ ପ୍ରଦୀପଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଏବେ ତଦନ୍ତକାରୀ ଟିମ୍‌ ସ୍କାନରରେ ଆସିଛନ୍ତି । ଦିଲ୍ଲୀପ ଗତ ଅକ୍ଟୋବର ୧୫ ତାରିଖରେ ପ୍ରଦୀପଙ୍କ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ଚାକିରି ଦେବା ନାମରେ ବେକାର ଯୁବକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା ହୋଇଥାଇପାରେ ବୋଲି ଟିମ୍‌ ସନ୍ଦେହ କରୁଛି । ଏନେଇ ଦିଲ୍ଲୀପଙ୍କୁ ଜେରା କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.