ବାପାଙ୍କର ହେଲା ଚାକିରି, ଝିଅର ପାଦ ଆଉ ତଳେ ଲାଗୁନି

Published By : Prameya-News7 Bureau | October 17, 2022 IST

ଖୁସିର କୌଣସି ମାପଦଣ୍ଡ ନଥାଏ। ଛୋଟ ହେଉ କି ବଡ। ଖୁସି ଖୋଜିପାରୁଥିବା ମଣିଷ ହେଉଛି ପ୍ରତୃତରେ ସୁଖୀ।  ଯାହାର ଏକ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ସୁନ୍ଦର ଦୃଶ୍ୟ। ଝିଅ ପାଇଁ ବାପାଙ୍କର ନିଆରା ଉପହାର। ଯାହାକୁ ଦେଖି ଖୁସିରେ ନାଚି ପକାଉଛି ଏବଂ ବାପାଙ୍କୁ କୁଣ୍ଢାଇ ପକାଉଛନ୍ତି ଝିଅ । ଯିଏ ଏହି ଭିଡିଓ ଦେଖୁଛି ତା ମୁହଁରେ ମଧ୍ୟ ହସ ଆସିଯାଉଛି। ଏହି ଭିଡିଓକୁ ପୂଜା ଅବନ୍ତିକା ନାମକ ଇନଷ୍ଟାଗ୍ରାମ ବ୍ୟବାରକାରୀ ସେୟାର କରିଛନ୍ତି।

ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ବାପାଙ୍କର ନୂଆ କାମ, ବର୍ତ୍ତମାନ ମୁଁ ମୋର ପ୍ରିୟ ଖାଦ୍ୟ ଖାଇ ପାରିବି । ଏହି ଭିଡିଓକୁ ୮ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।  ଯେତେବେଳେ କି, ୫୧ ହଜାରରୁ ଅଧିକ ଲାଇକ୍ ଏବଂ ହଜାର ହଜାର ପ୍ରତିକ୍ରିୟା ମିଳିଛି ଭିଡିଓରେ। ଭିଡିଓରେ ଦେଖିବାକୁ ମିଳିଛି ଆଖି ବନ୍ଦ କରି ରହିଛନ୍ତି ଝିଅ । କିଛି ସମୟ ପରେ ଝିଅ ଟି ଆଖି ଖୋଲୁଛି ଏବଂ ପାଖରେ ବାପା ସ୍ବିଗିର ଡ୍ରେସ୍‌ ଧରି ଠିଆ ହୋଇଛନ୍ତି। ଏହି ସାର୍ଟ ଦେଖି ଝିଅ ଜାଣି ଦେଉଛି। ବାପାଙ୍କର ଚାକିରି ହୋଇଛି। ଏବେ ସେ ଖାଦ୍ୟ ଡେଲିଭରୀ କରିବେ। ଏହି ଖୁସିରେ ଆଉ କଣ ତାଙ୍କ ପାଦ ତଳେ ଲାଗୁଚି?

ସେ ଘର ସାରା ଦୌଡୁଛି। ବାପାଙ୍କୁ କୁଣ୍ଢେଇ ପକାଉଛି। ଝିଅଟିର ଖୁସି ଦେଖି ବାପା ମଧ୍ୟ ଖୁସି। ବାସ୍ତବରେ ପରିବାରର ଏକତା ଏବଂ ବାପା ଝିଅର କେତେ ସୁନ୍ଦର ସମ୍ପର୍କ ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ।  ଭିଡିଓରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଭିଡିଓଟି  ଦେଖି ଖୁସି ଲାଗୁଥିବା କହିଥିବା ବେଳେ ଆଉ କିଛି ଲୋକ ଖୁସି ସବୁବେଳେ ଛୋଟ ଛୋଟ ଜିନିଷରୁ ମିଳେ। ଛୋଟ ଖୁସିକୁ ଯେ ଆପଣେଇ ପାରିଲେ ସେ ସୁଖୀ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

wp:html /wp:html


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.