oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫ବର୍ଷ ପରେ ମିଳିଲା ଦଣ୍ଡ : ୭ବର୍ଷ ଜେଲ୍‌ରେ ରହିବ ନୃଶଂସ ବାପା, ନାବାଳିକା ଝିଅକୁ କରିଥିଲା ଦୁଷ୍କର୍ମ

18/12/2020 at 10:18 AM

ନୋଏଡା ୧୮।୧୨: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବାପା । ୫ ବର୍ଷ ପୂର୍ବେ ନିଜ ଝିଅକୁ କରିଥିଲେ ଦୁଷ୍କର୍ମ । ନୋଏଡାର ଏକ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ବାପାକୁ ୭ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାସହ ୫୦୦୦ଟଙ୍କା ଜରିମନା ରାଶି ପୈଠ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି ଜରିମନା ରାଶି ପୈଠ ନକରିବେ ତେବେ ଅଧିକ ୬ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ନୋଏଡାରେ ରହୁଥିବା ଜଣେ ମହିଳା ଅଭିଯୋଗ ଆଣିଥିଲେ ଯେ, ତାଙ୍କ ନାବାଳିକା ଝିଅ ସହ ତାଙ୍କ ସ୍ବାମୀ ଦୁଷ୍କର୍ମ କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନୋଏଡା ସେକ୍ଟର ୨୪ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଦୀର୍ଘ ୫ ବର୍ଷ ଧରି ମାମଲାର ବିଚାର ଚାଲିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କରି କୋର୍ଟ ଶେଷରେ ଅଭିଯୁକ୍ତ ବାପାକୁ ୭ ବର୍ଷ ଜେଲ୍ ଦଣ୍ଡ ସହ ୫୦୦୦ ଟଙ୍କାର ଜରିମନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମନା ପୈଠ ନକଲେ ଅତିରିକ୍ତ ୬ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ।

ଅନ୍ୟପଟେ ତାଙ୍କ ବାପା କହିଥିଲେ ଯେ, ଝିଅର ଅନ୍ୟ ପୁଅ ସହ ସଂପର୍କ ଥିଲା । ମାତ୍ର କୋର୍ଟ ସମସ୍ତ ସାକ୍ଷୀ ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି । ନାବାଳିକାଙ୍କ ବାପାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

   Related Posts