ମଲ୍ରେ ପୁଅ ଭାଙ୍ଗିଦେଲା କଣ୍ଢେଇ, ୩ ଲକ୍ଷ ୩୦ ହଜାର ଗଣିଲେ ବାପା
28/05/2022 at 10:54 AM

ନୂଆଦିଲ୍ଲୀ ୨୮।୦୫ : ପିଲା ମାନଙ୍କୁ ବିଭିନ୍ନ ସ୍ଥାନକୁ ବୁଲେଇ ନିଅନ୍ତି ବାପା ମାଆ। ପାର୍କ , ମଲ ସହ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଯାଆନ୍ତି ପିଲା। ସେମିତି କିଛି ସମସ୍ୟାର ସାମ୍ନା କରିଛନ୍ତି ଜଣେ ବ୍ୟକ୍ତି। ପିଲାର ଭୁଲ୍ ପାଇଁ ସେ ଦେଇଛନ୍ତି ୩ ଲକ୍ଷ ୩୦ ହଜାରର କ୍ଷତି ପୂରଣ। ହଂକଂରେ ଘଟିଛି ଏଭଳି ଘଟଣା। ଏଠାକାର ଚେଙ୍ଗ ନାମକ ଜଣେ ବ୍ୟକ୍ତି ୨ ପୁଅ ଏବଂ ପତ୍ନୀଙ୍କ ସହ ମଲ୍ ଯାଇଥିଲେ। ମଲ୍ର କେକେ ପ୍ଲସ୍ ଟଏ ଷ୍ଟୋର କୁ ଯାଇ ସେ ପିଲା ମାନଙ୍କୁ ଖେଳନା ଦେଖାଉଥିଲେ। ଖେଳନା ଦେଖିବା ସମୟରେ ବଡ ପୁଅ ଅନ୍ୟମନସ୍କ ହୋଇ ହଳଦିଆ ରଙ୍ଗର ଏକ ଖେଳନାକୁ ଧକ୍କା ଦେଇଥିଲେ। ଏହାଦ୍ବାରା ଖେଳନା ତଳେ ପଡି ଭାଙ୍ଗିଗଲା। ୧.୮ମିଟର ଉଚ୍ଚତା ଥିବା ଏହି କଣ୍ଢେଇର କ୍ଷତିପୁରୁଣ ଦାବି କରିଥିଲେ ଦୋକାନୀ। ଏଥିରେ ରାଜି ହୋଇଯାଇଥିଲେ ଚେଙ୍ଗ।
ଏହାପରେ ଦୋକାନୀ ତାଙ୍କୁ ୩ ଲକ୍ଷ ୩୦ ହଜାରର ଟଙ୍କାର ବିଲ୍ ଧରେଇଥିଲା। ଚେଙ୍ଗ ଏହି ବିଲ୍ ମଧ୍ୟ ଭରଣ କରିଥିଲେ। ପିଲାମାନଙ୍କୁ ଛାଡି କିଛି ସମୟ ପାଇଂ ବାହାରକୁ ଫୋନ୍ରେ କଥା ହେବାକୁ ଆସିବା ବେଳେ ଏଭଳି କିଛି ଘଟିଥିଲା। ତେବେ ପ୍ରଥମେ ଚେଙ୍ଗ ବଡ ପୁଅ ଜାଣତରେ ଏଭଳି କରିଥିବା ଭାବି କ୍ଷତିପୂରଣ ଦେଇଥିଲେ। କିନ୍ତୁ ପରେ ସେ ସିସିଟିଭି ଫୁଟେଜ୍ ଦେଖିବା ପରେ ଜାଣିପାରିଲେ ଯେ ଅଜାଣତରେ ପୁଅ ଦ୍ବାରା ଏଭଳି ଭୁଲ୍ ହୋଇଥିଲା। ଭୁଲ୍ବସତଃ ପଛ ପଟୁ ଧକ୍କା ଲାଗିବା ଦ୍ବାରା କଣ୍ଢେଇଟି ପଡିକି ଭାଙ୍ଗିଯାଇଥିଲା।