ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଲଜ୍ଜା : ଝିଅକୁ ବାପା କହିଲା ‘ତୁ ମୋର କନିଆ ହେବୁ’… ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ସ୍ତ୍ରୀ

15/12/2021 at 12:01 PM

ରାଉରକେଲା ୧୫।୧୨: ସ୍ମାର୍ଟ ସିଟିରେ ଲଜ୍ଜା । ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା । ମହିଳା ଥାନାରେ ସ୍ତ୍ରୀ ଲିଖିତ ଅଭିଯୋଗ କଲା ସ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ୨୦୦୫ରେ ଅମରେଶ ମାଝୀ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ । ଅମରେଶଙ୍କ ଘର ଲୋକେ ତାଙ୍କୁ ଗ୍ରହଣ ନକରିବାରୁ ବିବାହ କରିଥିବା ଯୁବତୀଙ୍କୁ ରାଉରକେଲା ବନ୍ଧମୁଣ୍ଡ ତିଲିକା ନଗର ଅଂଚଳରେ ଭଡା ଘରେ ରଖିଥିଲେ । ୨୦୦୬ରେ ଝିଅ ଜନ୍ମ ହେବା ପରେ ମା’-ଝିଅଙ୍କୁ ରାଉରକେଲା ବାସନ୍ତି କଲୋନୀ ଅଞ୍ଚଳରେ ଭଡା ଘରେ ରଖିଥିଲେ । ପରେ ନଜଣାଇ ଅନ୍ୟ ଝିଅକୁ ବିବାହ କରିଥିଲେ ଅମରେଶ ।

ଏହା ସତ୍ତ୍ବେ ମଝିରେ ମଝିରେ ଅମରେଶ ସ୍ତ୍ରୀ ଓ ଝିଅ ପାଖକୁ ଆସୁଥିଲେ । ହେଲେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତନ ଘଟିଥିଲା । ଅମରେଶଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ, ସେ ଘରେ ନଥିବା ବେଳେ ଗତ ମେ’ ମାସରେ ନାବାଳିକା ଝିଅକୁ ଏକୁଟିଆ ଦେଖି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଝିଅ ସବୁକଥା ମା’ଙ୍କୁ କହିବା ପରେ ଅମରେଶଙ୍କୁ ସ୍ତ୍ରୀ ତାଗିଦ କରିଥିଲେ । ହେଲେ ସେ ଚୁପ୍ ନରହି ଫୋନ୍ ରେ ଝିଅକୁ ଅଶ୍ଳୀଳ କଥା କହିବା ସହ ଧମକ ଦେଇଥିଲେ । ତାଙ୍କୁ କନିଆ କରିବେ ବୋଲି ମଧ୍ୟ କହିଥିଲେ । ସ୍ବାମୀ ବିରୋଧରେ ସେକ୍ଟର-୪ ମହିଳା ଥାନାରେ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଘଟଣାକୁ ଗୁରୁତ୍ବ ଦେଇ ମହିଳା ଥାନା ପୋଲିସ ତଦନ୍ତ କରୁଛି ।

   Related Posts