୧୬ ଦିନ ଚିନ୍ତାରେ କାଟିଲେ, ଟନେଲରୁ ପୁଅ ଉଦ୍ଧାର ହେବା ପୂର୍ବୁର ଆଖି ବୁଜିଲେ ବାପା

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ସମସ୍ତ ୪୧ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି । କିନ୍ତୁ ପୁଅ ଟନେଲରୁ ଉଦ୍ଧାର ହେବା ପୂର୍ବରୁ ଆଖି ବୁଜିଦେଲେ ବାପା ବାସେତ୍ ମୁର୍ମୁ । ପୁଅକୁ ଶେଷ ଥର ପାଇଁ ଦେଖିବା ସ୍ୱପ୍ନରେ ହିଁ ରହିଗଲା ।

ଝାଡଖଣ୍ଡର ୭୦ ବର୍ଷୀୟ ବାସେତ୍ ମୁର୍ମୁଙ୍କ ୨୯ ବର୍ଷୀୟ ପୁଅ ଭକ୍ତୁ ମୁର୍ମୁ ଉତ୍ତରକାଶୀ ସୁଡ଼ଙ୍ଗ ନିର୍ମାଣ କାମରେ ନିୟୋଜିତ ଥିଲେ । ସୁଡଙ୍ଗରେ ମାଟି ଧସିବା ପରଠୁ ସେ ଟନେଲ ଭିତରେ ଫସି ରହିଥିଲେ । ପୂରା ପରିବାର ସହ ବାସେତ୍ ମଧ୍ୟ ପୁଅର ସକୁଶଳ ଫେରିବା ବାଟକୁ ଚାହିଁ ରହିଥିଲେ । ମଙ୍ଗଳବାର ରାତିରେ ତାଙ୍କ ଅପେକ୍ଷାର ଅନ୍ତ ହେଲା । କିନ୍ତୁ ଦୁଃଖର ବିଷୟ ଯେ ସେ ଏହି ମୁହୂର୍ତ୍ତକୁ ଦେଖିପାରିଲେ ନାହିଁ । ଏହି ଦିନ ହିଁ ବାସେତ୍‌ଙ୍କ ପରଲୋକ ହୋଇଛି ।

ପଢନ୍ତୁ: ଟନେଲ୍ ଟ୍ରାଜେଡି ଶ୍ରମିକଙ୍କ ଉଦ୍ଧାରରେ ରହିିଛି ବୌଖନାଗଙ୍କ ଆଶିଷ, ଫେସ୍‌ବୁକ୍‌ ପୋଷ୍ଟରେ ସ୍ପଷ୍ଟ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାର ଡୁମାରିଆ ବ୍ଲକର ବହଡା ଗାଁରେ ଭକ୍ତୁ ମୁର୍ମୁଙ୍କ ଘର । ମଙ୍ଗଳବାର ଭକ୍ତୁଙ୍କ ବାପା ବାସେତ୍‌ଙ୍କ ହୃଦଘାତରେ ପରଲୋକ ହୋଇଥିଲା । ବାସେତଙ୍କ ଜ୍ୱାଇଁ ଠାକର ହାଁସଦାଙ୍କ କହିବା ଅନୁସାରେ, ଟନେଲ ଭିତରେ ଭକ୍ତୁ ଫସିବା ପରଠୁ ପୁଅର ସୁରକ୍ଷାକୁ ଚିନ୍ତାରେ ରହୁଥିଲେ । ମଙ୍ଗଳବାର ସକାଳେ ପ୍ରାୟ ୮ଟା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ବାସେତ୍‌ଙ୍କ ବଡ଼ ପୁଅ ରାମରାଈ ମୁର୍ମୁ ଚେନ୍ନାଇରେ କାମ କରୁଛନ୍ତି । ସାନ ପୁଅ ନିକଟ ଏକ ଗାଁରେ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।

Also Read: ଉତ୍ତରକାଶୀ ସଡକ ଦୁର୍ଘଟଣାରୁ ମିଳିଲା ଶିକ୍ଷା, ହିମାଳୟରେ ହସ୍ତକ୍ଷେପ ବଡ ବିପଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.