scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ : ବାପା ମୃତ, ଝିଅ ସାମାନ୍ୟ ଆହତ

3/10/2023 at 11:21 AM

ସମ୍ବଲପୁର ୩।୧୦: ସମ୍ବଲପୁରରେ ମାଟି କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ ଭୁଶୁଡିଯିବା ଫଳରେ ବ୍ୟକ୍ତି ଜଣଙ୍କ ପୋତି ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବରଗାଁ ପଞ୍ଚାୟତ ବଂଶରା ଗାଁରେ ଅଭାବନୀୟ ଘଟଣା । ଗାଁର ୪୧ ବର୍ଷ ବୟସ୍କ ବବୃବାହନ ବାଗ ଏବଂ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ସହ ସୋମବାର ରାତିରେ ଘରେ ଶୋଇଥିଲେ । ତେବେ ରାତି ୧୨ଟା ସମୟରେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା । ଫଳରେ ବବୃବାହାନ ସେହି କାନ୍ଥ ତଳେ ପୋତି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ଭର୍ତ୍ତି କରିଛି ।

ସେପଟେ ବବୃବାହାନଙ୍କ ୯ ବର୍ଷର ଝିଅ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସୌଭାଗ୍ୟବଶତଃ ପରିବାରର ଅନ୍ୟ ସଦସ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।

ସେହିଭଳି ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ମଧ୍ୟ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଛି । ରାତିରେ ଖାଇ ସାରି ଘରେ ଶୋଇଥିଲେ ଜରଙ୍ଗଲୋଇ ଗାଁର କୁରୁନାଥ ନାମକ । ସେହି ସମୟରେ କାନ୍ଥ ପଡି କୁରୁନାଥଙ୍କ ମୃତ୍ୟୁ ହୋଇଥିବା ବେଳେ କୁରୁନାଥଙ୍କ ପୁଅ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ଜୀବନ ଚାଲିଯାଇଛି ବୋଲି ଜଣାପଡିଛି ।

You Can Read :

   Related Posts