ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବାପ-ଝିଅ କଳିରୁ ଥାନାରେ ମାମଲା, ଜ୍ବାଇଁ ଠାରୁ ଯୌତୁକ ସାମଗ୍ରୀ ଫେରାଇନେଲେ ଶ୍ୱଶୁର

15/11/2022 at 4:54 PM

ବାଲିପାଟଣା, ୧୫/୧୧: ବାପ-ଝିଅ କଳିରୁ ଅଭାବନୀୟ ସ୍ଥିତି । କଳି ପରେ ବାହାଘରରେ ଦେଇଥିବା ଯୌତୁକ ସାମଗ୍ରୀ ଜିଦ୍ କରି ଫେରାଇ ନେଇଛନ୍ତି ବାପା । ଏଭଳି ଏକ ଘଟଣା ଘଟିଛି ଧଉଳି ଥାନା ଅଂଚଳରେ । ଏଭଳି ପରିସ୍ଥିତିରେ ଝିଅ ଜ୍ବାଇଁ ସମସ୍ତ ଯୌତୁକ ସାମଗ୍ରୀକୁ ଏକ ମିନି ଟ୍ରକରେ ଲୋଡ କରି ଧଉଳି ଥାନା ଜିମା ଦେଇଛନ୍ତି । ପୋଲିସ ଠାରୁ ଯୌତୁକ ସାମଗ୍ରୀକୁ ଝିଅର ମାଆ ନେଇଛନ୍ତି ।

ସୂଚନା ଥାଉକି, ଭଦ୍ରକ ଅଂଚଳର ରତ୍ନାକର ବେହେରାଙ୍କ ବଡ ଝିଅ କଳ୍ପନା ବେହେରା ଗତ ୪ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ସମୟରେ ଝିଅକୁ କୌଣସି ଯୌତୁକ ସାମଗ୍ରୀ ଦେଇନଥିବାରୁ ପରେ ଝିଅକୁ ଯୌତୁକ ସାମଗ୍ରୀ ଦେଇଥିଲେ । କିଛିଦିନ ହେବ ସର ଦେଇପୁରରେ ଭଡାଘରେ ରହୁଥିବା ଝିଅ ପାଖରେ ବାପା, ମାଆ ଏବଂ ସାନ ଭଉଣୀ ଆସି ରହିଥିଲେ ।

କୌଣସି କାରଣରୁ ବାପା ଏବଂ ବଡ ଝିଅ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥି ଯୋଗୁ ବଡ ଝିଅ, ବାପା, ମାଆ ଏବଂ ସାନ ଭଉଣୀକୁ ଘରୁ ତଡିଥିଲେ । ପରେ ବାପା ବଡ ଝିଅ ନାମରେ ଧଉଳି ଥାନାରେ ଏତଲା ଦେବା ସହ ସମସ୍ତ ଯୌତୁକ ସାମଗ୍ରୀ ଫେରସ୍ତ କରିବାକୁ ଜିଦ୍ ଧରିଥିଲେ । ପୋଲିସ ଠାରୁ ଏହା ଜାଣିବା ପରେ ସମସ୍ତ ଯୌତୁକ ସାମଗ୍ରୀକୁ ଏକ ମିନି ଟ୍ରକରେ ଲୋଡ କରି ଧଉଳି ଥାନାରେ ଦେଇଥିଲେ ଝିଅ-ଜ୍ଵାଇଁ ।

   Related Posts