ବାପା, ଝିଅ ଏବଂ ଜ୍ୱାଇଁକୁ ଆକ୍ରମଣ, ଟଙ୍କା ସହ ଲୁଟିନେଲେ ଅଳଙ୍କାର

Published By : Prameya-News7 Bureau | October 26, 2022 IST

ବଲାଙ୍ଗୀର, ୨୬/୧୦: ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ରାଜୀବ ନଗରର ସର୍ବେଶ୍ୱର ସାହୁ, ତାଙ୍କ ଝିଅ ଏବଂ ଜ୍ୱାଇଁଙ୍କୁ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଏଥିରେ ସିନ୍ଦୁର ବାହାଳି ଅଞ୍ଚଳର ପିଙ୍କି ପାଣିଗ୍ରାହୀ ଓ ସୁମନ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଏପରି ଘଟିଛି ବୋଲି ଜଣାପଡିଛି । ଯୁବକମାନେ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିବା ସହ ଘରର ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏଥିସହ ଟଙ୍କା ଓ ଅଳଙ୍କାର ଲୁଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.