ଯୌତୁକ ପାଇଁ ବାହାଘର ଭାଙ୍ଗିଦେଲା ବାପା, ହେଲେ ପୁଅ କଲା ଏମିତି… ଏବେ ସବୁଠି ପ୍ରଶଂସା
17/08/2023 at 8:46 PM

ନୂଆଦିଲ୍ଲୀ, ୧୭/୦୮: ଆଜିବି ଏଭଳି ଅନେକ ସ୍ଥାନରେ ଯୌତୁକ ଯୋଗୁଁ ବିବାହ ଭାଙ୍ଗୁଥିବା ଘଟଣା ସାମ୍ନାକୁ ଆସୁଛି । ଆଜିବି ଯୌତୁକ ନଦେଲେ ବିବାହ ହୋଇପାରୁନାହିଁ । ଏମିତିକି ବିବାହ ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସୁଛି। ତେବେ ଏହାରି ମଧ୍ୟରେ ବିହାରରୁ ଏଭଳି ଏକ ଯୌତୁକ ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏଠାରେ ଜଣେ ବ୍ୟକ୍ତି ନିଜର ପୁଅର ବିବାହ ପାଇଁ ଯୌତୁକ ଦାବି କରିଥିଲେ । କନ୍ୟା ପକ୍ଷ ଯୌତୁକ ଦେବାକୁ ଅସମର୍ଥ ହେବାରୁ ବିବାହ ଭାଙ୍ଗିଦେଇଥିଲେ। ଆଉ ଏହାପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଖୁବ୍ ପ୍ରଶଂସା କରାଯାଉଛି। ସେ ସେହି ଅନାଥ ଝିଅକୁ ବିବାହ କରିଥିଲେ।
ମାମଲା ଶେଖପୁରା ଜିଲ୍ଲାର ଅରିୟରୀ ପ୍ରଖଣ୍ଡର ହଜରତପୁର ମଡରୋ ପଞ୍ଚାୟତର। ଏଠାରେ ସୁଷମା କୁମାରୀଙ୍କ ବିବାହ ନବାଡା ଜିଲ୍ଲାର ନାରଦିଗଞ୍ଜର ତିଲକ ଛକ ଗ୍ରାମର ସଚିନ କୁମାରଙ୍କ ସହ ହୋଇଥିଲା। ସୁଷମାଙ୍କ ବାପା-ମା’ଙ୍କ ମୃତ୍ୟୁ ହୋଇସାରିଛି। ଏଥିପାଇଁ ଏହି ବିବାହ ପରିବାରର ଅନ୍ୟ ସଦସ୍ୟ କରାଇଥିଲେ। କିନ୍ତୁ ସଚିନଙ୍କ ବାପା ବିବାହ ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ହେଲେ ଏହି ଟଙ୍କା ଦେବାରେ ଅସମର୍ଥ ହେବାରୁ ସୁଷମାଙ୍କ ବିବାହ କରିବାକୁ ମନା କରିଦେଇଥିଲେ ସଚିନଙ୍କ ବାପା ।
ଆହୁରି ପଢ଼ନ୍ତୁ: ୧୨ ବର୍ଷ ପୂର୍ବେ ଛାଡି ଚାଲିଗଲେ ପତ୍ନୀ, ୯୫ ବର୍ଷରେ କଲେ ଦ୍ବିତୀୟ ବିବାହ
ଏହାରି ମଧ୍ୟରେ ପୁରା ଘଟଣା ସଚିନଙ୍କ ଜାଣିଥିଲେ ଏବଂ ସେ ସୁଷମାଙ୍କ ସହ କଥା ହୋଇଥିଲେ। ସଚିନ ଯୌତୁକ ପାଇଁ ବିବାହ ଭାଙ୍ଗିବାକୁ ଚାହୁନଥିଲେ। ଏଥିପାଇଁ ସେ ଘରେ ଏବଂ ତାଙ୍କ ବାପାଙ୍କୁ କିଛି ନଜଣାଇ ସୁଷମାଙ୍କ ଘରେ ପହଞ୍ଚିଥିଲେ। ପରେ ସୁଷମାଙ୍କ ପରିବାର ଲୋକଙ୍କ କ୍ରମେ ଉଭୟ କୋର୍ଟ ମ୍ୟାରେଜ୍ କରିତିଲେ। ଏହା ପରେ ମନ୍ଦିରରେ ବିବାହ କରିଥିଲେ। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଉଛି। ସଚିନଙ୍କ ଏହି ପଦକ୍ଷେପକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି । ତାଙ୍କର ଏହି ପଦକ୍ଷେପ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବ ବୋଲି କୁହାଯାଉଛି ।