ନୃଶଂସ ବାପାର ସୈତାନ କାମ, ୨୦ ଦିନର ଶିଶୁକନ୍ୟାକୁ ବିଷ ଦେଲା ଜନ୍ମଦାତା
29/05/2023 at 5:56 PM

ନୀଳଗିରି ୨୯/୦୫: ବାପା ସାଜିଲା ସୈତାନ । ୨୦ ଦିନର ଶିଶୁକନ୍ୟାକୁ ଦେଲା ବିଷ ଇଞ୍ଜେକସନ୍ । ନୀଳଗିରି ଥାନା ସିଙ୍ଗିରି ଅଞ୍ଚଳରେ ଘଟିଛି ଏହି ଅଘଟଣ । ଗୁରୁତର ଶିଶୁକନ୍ୟା ଏବେ ବାଲେଶ୍ଵର ଆଇସିୟୁରେ ଭର୍ତ୍ତି ହୋଇଛି । ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ଅଛି । ସେପଟେ ନିଷ୍ଠୁର ବାପା କାର୍ତ୍ତିକ ମାହାର୍ଣ୍ଣାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଝିଅ ଜନ୍ମ ହେବା ପରେ ଏଭଳି କରିଛି ବାପ ।
ସୂଚନା ଥାଉକି, ଗତ ୨୦ ଦିନ ତଳେ କାର୍ତ୍ତିକଙ୍କ ସ୍ତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ବାରମ୍ୱାର ଶିଶୁ କନ୍ୟାକୁ ମାରିବାକୁ ଯୋଜନା କରୁଥିଲା । ଶେଷରେ ଉପାୟ ନପାଇ ଶିଶୁ କନ୍ୟାକୁ ଇଞ୍ଜେକସନ୍ରେ ଦେଇଥିଲା ବିଷ । ଏବେ ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି ।
Related Posts
ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ
26 September 2023
ବୈତରଣୀ କୂଳରେ ମାତିଛି ନରହନ୍ତା ଜନ୍ତୁ, ଗାଈକୁ ଟାଣିନେଇ ଝାମ୍ପି ଖାଇଲା କୁମ୍ଭୀର
26 September 2023
ମା’ଙ୍କ ମୃଣ୍ମୟ ପ୍ରତିମା ଲାଗି ମାଟି ଶୁଭ ଅନୁକୂଳ, ସୁନିଆଁ ଅବସରରେ ସ୍ୱତନ୍ତ୍ର ନୀତି
26 September 2023