vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ରାସ୍ତା ମଝିରେ ପୁଅକୁ ଟାଙ୍ଗିଆରେ ହାଣିଲା, ପରେ ରଶି ଲଗାଇ ଆତ୍ମହତ୍ୟା କଲା ବାପା

24/06/2022 at 10:03 AM

ନୂଆପଡା ୨୪।୬: ମଝି ରାସ୍ତାରେ ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ନିକଟ ଫୋକଟ ପଡାରେ । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ନୂଆପଡା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ସହ ଧରମବନ୍ଧା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ନିକଟ ଫୋକଟ ପଡାରେ ୧୪ବର୍ଷ ତଳେ ଗାଁର ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମ ବିବାହ କରିଥିଲା ନକୁଳ ରାଉତଙ୍କ ପୁଅ ସବିତ ରାଉତ । ଯାହାକୁ ବାପା ନକୁଳ ବିରୋଧ କରିଥିଲା । ସେହିଦିନଠାରୁ ବାପ-ପୁଅ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ନଥିବା ବେଳେ ପ୍ରାୟ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା । ଗୁରୁବାର ରାତିରେ ଘରେ ମଦ-ମାଂସ ହେବା ସହ ଭୋଜିର ଆସର ଜମିଥିଲା । ପରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବା ପରେ ଉତ୍ତ୍ୟକ୍ତ ହୋଇ ନକୁଳଙ୍କ ପୁଅ ସବିତର ମୁଣ୍ଡକୁ ଟାଙ୍ଗିଆ ଆକ୍ରମଣ କରିଥିଲେ ।

ଫଳରେ ରାସ୍ତା ଉପରେ ହିଁ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ବେକରେ ରଶି ଲଗାଇ ବାପା ନକୁଳ ଆତ୍ମହତ୍ୟା କରିଛନ୍ତି । ଏନେଇ ଧରମବନ୍ଧା ଥାନାରେ ଏକ ମାମଲା ରୁଜୁ କରି ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଧରମବନ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts