ବ୍ରହ୍ମପୁରରେ ଅନର୍ କିଲିଂ ଉଦ୍ୟମ ! ଝିଅକୁ ବିଷ ଦେଇ ବାପା ଗିରଫ

Published By : Prameya-News7 Bureau | July 26, 2022 IST

ବ୍ରହ୍ମପୁର ୨୬।୭: ବ୍ରହ୍ମପୁରରେ ଅନର କିଲିଂ ଅଭିଯୋଗ । ଝିଅକୁ ବିଷ ଦେଇ ମାରିଦେବାକୁ ବାପା ଉଦ୍ୟମ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ଝିଅ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଦେଖାଦେଇଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ବାଲାଜୀ ପାତ୍ର ତାଙ୍କ ବଡ ଝିଅଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।  ଝିଅ ଜଣଙ୍କ ଦିବ୍ୟାଙ୍ଗ । ସେ ଅବିବାହିତ ଥିବାବେଳେ ଦୀର୍ଘ ୧୦ବର୍ଷ ହେଲା କେରଳରେ ସିଲେଇ କରି ଜୀବନ ନିର୍ବାହ କରୁଥିଲେ । ମଝିରେ ମଝିରେ ଗାଁକୁ ଆସନ୍ତି। ଗତ ୧୪ତାରିଖରେ ଝିଅ ଗାଁକୁ ଆସିଥିଲେ । ୧୯ ତାରିଖରେ ଘରେ କେହି ନଥିବା ବେଳେ ବାପା ବାଲାଜୀ ଉପର ଘରେ ଝିଅର ହାତ ବାନ୍ଧି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ମା’ ପାର୍ବତୀ ପାତ୍ର କହିଛନ୍ତି । ଝିଅକୁ ଘରୁ ତଡିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଥିବା ମା’ ପାର୍ବତୀ କହିଛନ୍ତି । ଝିଅ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା କୁହାଯାଉଛି ।  ଏ ଘଟଣାରେ ପୋଲିସ ବାଲାଜୀକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.