ବଳି ନା' ଦୁର୍ଘଟଣା : ବାପାର ଚାପୁଡା ମାଡରେ ଝିଅର ମୃତ୍ୟୁ, ଗାଁ ଲୋକଙ୍କ ଅଭିଯୋଗ ଗୁପ୍ତଧନ ପାଇଁ ବଳି

Published By : Prameya-News7 Bureau | November 28, 2020 IST

ଜୟପୁର ୨୮।୧୧: ମହଙ୍ଗା ପଡିଲା ନିଖୋଜ ଅଭିଯୋଗର ମିଛ ନାଟକ । ଅଭିଯୋଗକାରୀ ହିଁ ବାହାରିଲା ହତ୍ୟାକାରୀ । ଆଉ ନିଜ ଝିଅକୁ ହତ୍ୟା କରି ନିଖୋଜ ଅଭିଯୋଗ ଆଣିଥିବା ସୈତାନ ବାପା ବାଙ୍ଗୁରୁ ପାଙ୍ଗୀ ଓ ତାର ସହଯୋଗୀ ଶ୍ୟାମ ସୁନ୍ଦର ବିଶ୍ବାଳକୁ ଶେଷରେ ବାନ୍ଧିଲା ପୋଲିସ । ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଟାଉପଦର ଗାଁରେ ।

{"id":369087,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ନିଜ ୬ ବର୍ଷର ଝିଅ ନିଖୋଜ ହୋଇଯାଇଥିବା ଦର୍ଶାଇ ଟାଉପଦର ଗାଁର ବାଙ୍ଗୁରୁ ପାଙ୍ଗୀ ପଟ୍ଟାଙ୍ଗି ଥାନାରେ ୨୪ ତାରିଖ ଦିନ ଅଭିଯୋଗ କରିଥିଲା । ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଅଭିଯୋଗକାରୀ ବାପା ଦେଉଥିବା ବୟାନରେ ପୋଲିସକୁ ସନ୍ଦେହ ହୋଇଥିଲା । ଆଉ ଶେଷରେ ନିଜର ସମସ୍ତ ଦୋଷ ମାନିଥିଲା ଏହି ସୈତାନ ବାପା । ଝିଅ ପାଠ ନପଢିବାରୁ ତାର କାନ ମୁଣ୍ଡାକୁ ଶକ୍ତ ଚାପୁଡ଼ା ମାରିଥିଲା । ଆଉ ଏଥିରେ ଝିଅର ମୃତ୍ୟୁ ହେବାରୁ ଭୟରେ ନିଜ ସହଯୋଗୀ ଶ୍ୟାମ ସୁନ୍ଦର ସହ ମିଶି ଭୈରବ ମନ୍ଦିର ନିକଟରେ ବସ୍ତାରେ ଭର୍ତ୍ତି କରି ଝିଅର ଶବକୁ ପୋତିଦେଇଥିବା  ସ୍ବୀକାର କରିଥିଲା । ପୋଲିସ ମୃତଦେହକୁ ମାଟିରୁ ବାହାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

{"id":369088,"sizeSlug":"large"}

ଅନ୍ୟପଟେ ବାଙ୍ଗୁରୁ ଝିଅ ପାଠ ନ ପଢିବା ନେଇ ନୁହଁ ବରଂ ପୋତା ଗୁପ୍ତ ଧନ ପାଇବା ଆଶାରେ ବଳି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ବାଙ୍ଗୁରୁର ସ୍ତ୍ରୀ ମଧ୍ୟ ସହାୟତା କରିଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ କହିବା ଅନୁସାରେ ବାଙ୍ଗୁରୁ କିଛି ଦିନ ହେଲା ଅଧିକ ଟଙ୍କା ପାଇବା ଆଶାରେ ପୁରୁଣା ହନୁମାନ ପଇସା ଖୋଜୁଥିଲା । ଏପରିକି ପୋତା ଗୁପ୍ତ ଧନ ସନ୍ଧାନ ମଧ୍ୟ କରୁଥିଲା । ଏସବୁ ଅଭିଯୋଗକୁ ସତ ସାବ୍ୟସ୍ତ କରିବା ଦିଗରେ ନେଉଛି ଭୈରବୀ ମନ୍ଦିର ନିକଟରୁ ମାଟି ତଳୁ ଶବ ଉଦ୍ଧାର ହେବା । ଝିଅର ଆଖିରୁ ଓ ପାଟିରୁ ରକ୍ତ ବୋହୁଥିବାରୁ ବଳି ଉଦ୍ଦେଶ୍ୟରେ ଜିଭ କାଟିବା ପରେ ଆଖି ତାଡି ହତ୍ୟା କରାଯାଇ ବଳି ଦେବା ପରେ ପୋତା ଯାଇଥିବା ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.