Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବାପପୁଅଙ୍କୁ ତାଲା ମାରି ଚାଲିଗଲେ କର୍ମଚାରୀ, ରାତିସାରା ବସିଲେ ଧାରଣାରେ

11/03/2023 at 9:39 AM

ନୟାଗଡ ୧୧/୦୩: ବ୍ୟାଙ୍କ ଭିତରେ ରାତିସାରା ଜଣେ ଆକାଉଣ୍ଟଧାରୀ ଏବଂ ତାଙ୍କ ପୁଅଙ୍କ ଧାରଣା । ଉଭୟ ବାପପୁଅଙ୍କୁ ଭିତରେ ରଖି ତାଲା ମାରି ଚାଲିଗଲେ ବ୍ୟାଙ୍କ କର୍ମଚାରୀ । ସ୍ଥାନୀୟ ଲୋକଙ୍କ ହୋହଲା ପରେ ପ୍ରାୟ ୩ ଘଣ୍ଟା ପରେ ପୁଣି ରାତିରେ ବ୍ୟାଙ୍କ ଖୋଲି ଉଦ୍ଧାର କଲେ କର୍ମଚାରୀ ।

ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଆଇଡ଼ିବିଆଇ ବ୍ୟାଙ୍କରେ ଗତକାଲି ରାତିରେ ଚାଲିଥିଲା ଏହିଭଳି ନାଟକ । ତେବେ ଦୀର୍ଘ ସମୟ ଧରି ଏହିଭଳି ନାଟକ ଚାଲିଥିଲେ ମଧ୍ୟ ପୋଲିସର କିନ୍ତୁ ଦେଖା ମିଳିନଥିଲା । ଏଘଟଣାକୁ ନେଇ ଚାପା ଉତେଜନା ଦେଖା ଦେଇଥିଲା ।

ଦଶପଲ୍ଲା ଥାନା ମଧ୍ୟଖଣ୍ଡର ରଜନୀ ପ୍ରଧାନଙ୍କର ନୟାଗଡ ସହର ନିକଟ ମୁକ୍ତାପୁରରେ କିଛି ଜମି ରହିଛି । ଏହି ଜମିର ମାଲିକାନାକୁ ନେଇ ବିବାଦ ରହିଥିବାବେଳେ ଏହି ସ୍ଥାନରେ ବାଇପାସ୍ ରାସ୍ତା ଯାଉଥିବାରୁ କ୍ଷତିପୁରଣ ବାବଦରେ ପ୍ରାୟ ୪୦ଲକ୍ଷ ଟଙ୍କା ଆସିଥିଲା । କିଛି ସମ୍ପର୍କୀୟ ରଜନୀଙ୍କୁ ବ୍ୟାଙ୍କକୁ ନେଇ ଟିପଚିହ୍ନ ଜରିଆରେ ଏହି ଟଙ୍କାକୁ ହଡପ କରିନେଇଥିବା ରଜନୀଙ୍କ ପୁଅ ନୟାଗଡ ଟାଉନଥାନା ଏବଂ ସମ୍ପୃକ୍ତ ବ୍ୟାଙ୍କରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୂଫଳ ପାଇନଥିଲେ ।

ଗତକାଲି ରଜନୀ ପ୍ରଧାନ ଏବଂ ତାଙ୍କ ପୁଅ ରବି ବ୍ୟାଙ୍କକୁ ଆସି ଆଉ ଯାଇନଥିଲେ । ଯାହାକୁ ନେଇ ବ୍ୟାଙ୍କ କର୍ମଚାରୀ ହରଡଘଣାରେ ପଡିଥିଲେ । ଶେଷରେ ରାତି ପ୍ରାୟ ସାଢେ ଏଗାରଟା ସମୟରେ ବାପପୁଅ ବ୍ୟାଙ୍କ ଭିତରେ ବସିଥିବା ସମୟରେ ବାହାରୁ ତାଲା ପକାଇ ବ୍ୟାଙ୍କ କର୍ମଚାରୀ ଚାଲିଯାଇଥିଲେ । ତେବେ ବ୍ୟାଙ୍କ ସମ୍ମୁଖରେ ଗହଳି ଜମିବାରୁ ରାତି ଦୁଇଟା ସମୟରେ କିଛି କର୍ମଚାରୀ ବ୍ୟାଙ୍କ ଖୋଲି ଭିତରକୁ ଯାଇଥିଲେ ।

ଏପର୍ଯ୍ୟନ୍ତ ବ୍ୟାଙ୍କ ଭିତରେ ଧାରଣା ଦେଇଥିବା ବାପପୁଅଙ୍କ ସହ କିଛି କର୍ମଚାରୀ ରହିଥିବା ଜଣାପଡିଛି । ଏସବୁ ଭିତରେ ଘଟଣାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଖବର ଦେଇଛନ୍ତି ନା ନାହିଁ ଏବଂ ପୋଲିସ କାହିଁକି ଘଟଣାସ୍ଥଳକୁ ଆସିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ଘଟଣାକୁ ନେଇ ମୁହଁ ଖୋଲୁନଥିବା ବ୍ୟାଙ୍କ ମ୍ୟାନେଜର କେବଳ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ।

   Related Posts