ବାଇକରେ ଘରକୁ ଫେରୁଥିବା ବେଳେ ବଜ୍ରପାତ, ବାପ-ପୁଅଙ୍କ ଅକାଳ ମୃତ୍ୟୁ
30/07/2023 at 11:16 PM

ଜଗତସିଂହପୁର: ଜଗତସିଂହପୁର-ନିଆଳି ଥାନା ସୁନନ୍ଦା ନିକଟରେ ଅଘଟଣ । ବାଇକରେ ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟି ବାପ ପୁଅଙ୍କ ମୃତ୍ୟୁ । ମୃତକ ନାଉଗାଁ ଥାନା ଅଙ୍ଗେଶ୍ୱର ପଡା ମଠ କୁଳ ଗାଁର ରାଜ କିଶୋର କାଣ୍ଡି ଓ ତାଙ୍କ ପୁଅ ଆଶୁତୋଷ କାଣ୍ଡି ।
ଅଧିକ ପଢନ୍ତୁ- ବଜ୍ରପାତରେ ଫାଟିଲା ଜଗନ୍ନାଥ ମନ୍ଦିର, ବିଭିନ୍ନ ସ୍ଥାନରେ ଫାଟ
ଉଭୟ ବାପ ପୁଅ ଆଜି ରାତି ପ୍ରାୟ ୮ଟା ୩୦ ସମୟରେ କାକଟପୁର ଅଞ୍ଚଳରୁ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ବର୍ଷା ଓ ଘଡଘଡି ଆରମ୍ଭ ହୋଇ ଯାଇଥିଲା । ବାଟରେ ଅଟକିବାକୁ କିଛି ଆଶ୍ରୟ ସ୍ଥଳ ପାଖରେ ନଥିବାରୁ ଏମାନେ ବର୍ଷାରେ ନ ଅଟକି ବାଇକ ଚଲାଇ ଫେରୁଥିବା ବେଳେ ସୁନନ୍ଦା ନିକଟରେ ବଜ୍ରାଘାତ ହୋଇ ଥିଲା । ଉଭୟଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।