ଟ୍ରେନ୍ରେ କଟି ବାପା ଓ ୪ବର୍ଷର ପୁଅ ମୃତ
19/01/2019 at 3:43 PM

ଜଳେଶ୍ବର ୧୯|୧: ଟ୍ରେନ୍ରେ କଟିଗଲେ ବାପା ଓ ପୁଅ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ରୁପସା ଷ୍ଟେସନ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟ୍ରେନ୍ରେ କଟିଯାଇ ବାପା ଓ ୪ ବର୍ଷର ପୁଅର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲେବଲ କ୍ରସିଂ ପାର ହେଉଥିବା ବେଳେ ଉଭୟ ବାପା ଓ ପୁଅ ଟ୍ରେନ ରେ କଟି ଯାଇ ମୃତ୍ୟୁ ହୋଇଛି । ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି କି ଏହା ଏକ ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ।
Related Posts
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023
ସବ୍ଜେଲରୁ କଏଦୀ ଫେରାର, ପାଚେରୀ ଡେଇଁ ଚମ୍ପଟ ମାରିଲେ ସତ୍ୟଜିତ୍
6 February 2023