ମାନବବାଦ ସଙ୍ଗଠନର ବର୍ବରତା ! ବାପ-ପୁଅଙ୍କୁ ନିସ୍ତୁକ ମାଡ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | August 27, 2021 IST

ଖୋର୍ଦ୍ଧା ୨୭।୮: ଅମାନବୀୟ ତାଲିବାନୀ ଶାସନ କରୁଛି ମାନବବାଦ ସଙ୍ଗଠନ । ଚରମ ସୀମାରେ ପହଞ୍ଚିଛି ହିଂସ୍ରତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଗଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା । ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନାହାନ୍ତି । ତେବେ ପୋଲିସ ଭାଇରାଲ୍ ଭିଡ଼ିଓ ଘଟଣାର ତଦନ୍ତ କରୁଛି ।

ଗତ ୨ ତାରିଖ ରାତିରେ ମାନବବାଦ ସଂଗଠନ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ସତ୍ୟବ୍ରତଙ୍କ ହତ୍ୟା ଘଟଣା ପୂର୍ବରୁ କଡବ ଗ୍ରାମର ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସଙ୍ଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣୀ ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବ ମାଡଖାଇଥିବା ବ୍ୟକ୍ତି ମାଗୁଣୀ ନାୟକ କହିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ଆମ ପାଖରେ ଅଭିଯୋଗ ହୋଇଛି । ଅଭିଯୋଗ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ।  ଭିଡ଼ିଓ ଭାଇରାଲକୁ ନେଇ ବେଗୁନିଆ ପୋଲିସ ମାଡମାରିବା ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ପଚରା ଉଚରା କରୁଛି । ଏ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ଦେଖିବାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.