Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦ୍ୟୁତ୍ ସଂଯୋଗକୁ କେନ୍ଦ୍ରକରି ଗଣ୍ଡଗୋଳ, ବାପା ଓ ପୁଅଙ୍କୁ ଛୁରାମାଡ

11/06/2019 at 4:03 PM

ସାନଖେମୁଣ୍ଡି ୧୧|୬: ଗଞ୍ଜାମ ଜିଲ୍ଲା ଗୋକର୍ଣପୁର ପଞ୍ଚାୟତ ବି. ଦକ୍ଷିଣପୁର ଗ୍ରାମର ଡି.ଯୋଗେନ୍ଦ୍ର ରେଡ୍ଡି, ତାଙ୍କ ପୁଅ ଡି. ରାଜେଶ ରେଡ୍ଡିଙ୍କୁ ଛୁରାରେ ଆକ୍ରମଣ ହୋଇଛି । ଗତ ଦଶ ଦିନ ତଳେ ବିଦ୍ୟୁତ୍ ସଂଯୋଗକୁ କେନ୍ଦ୍ର କରି ଗାଁର ସାଇ ପଡୋଶୀ ମଧ୍ୟରେ ଗଣ୍ଡଗୋଳ ପାଟି ତୁଣ୍ଡ ହୋଇଥିଲା। ଆଜି ଡି.ଯୋଗେନ୍ଦ୍ର ରେଡ୍ଡି ଏଲ.ନଗେଶ୍ବରଙ୍କ ଘରର ଛାତ ପଡୁଥିବା ସମୟରେ ଯୋଗେନ୍ଦ୍ର ଉପସ୍ଥିତ ରହିଥିବା ବେଳେ ପୂର୍ବରୁ ଗଣ୍ଡଗୋଳ ହୋଇଥିବା ଜାଗିଲି ରେଡ୍ଡି ଓ ତାଙ୍କ ସ୍ତ୍ରୀ ଅମିତା ରେଡ୍ଡି ଛୁରାରେ ଆକ୍ରମଣ କରିଥିଲେ। ଫଳରେ ଯୋଗେନ୍ଦ୍ର ଓ ରାଜେଶ ଉଭୟ ବାପା ପୁଅ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦିଗପହଣ୍ଡି ପୋଲିସର ତଦନ୍ତ ଅରମ୍ଭ ।

   Related Posts