scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନକଲି ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରି, ଜେଲ୍ ଗଲେ ଶିକ୍ଷକ ବାପା ଓ ଡାକ ସେବକ ପୁଅ

12/08/2023 at 11:51 AM

କଳାହାଣ୍ଡି : ନକଲି ପ୍ରମାଣପତ୍ର ଦେଇ ଚାକିରି କରିବା ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ ବାପା-ପୁଅ । ବାପା ଶିକ୍ଷକ ଥିବାବେଳେ ପୁଅ ଡାକ ସେବକ ଭାବେ କାର୍ଯ୍ୟ କରୁଥିଲେ । ଏଭଳି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ନକଲି ପ୍ରମାଣପତ୍ର ମାମଲାରେ ଅଭିଯୁକ୍ତ ଡାକମାଷ୍ଟର ଓ ସ୍କୁଲ୍ ମାଷ୍ଟରଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ । ଗ୍ରାମୀଣ ଡାକସେବକ ଭାବେ ନିୟୋଜିତ ହୋଇଥିବା ଅନେକ ପ୍ରାର୍ଥୀ ଦାଖଲ କରିଥିବା ପ୍ରମାଣପତ୍ର ନକଲି ବୋଲି ପ୍ରମାଣିତ ହେଲା ପରେ ଗିରଫ ହୋଇଛନ୍ତି ।

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଏପିଟା ଗ୍ରାମର ପଦ୍ମନାଭ ମହାନନ୍ଦ ପ୍ରାର୍ଥୀମାନଙ୍କଠାରୁ ମୋଟା ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି ବୋଲି ପୋଲିସକୁ ସୂଚନା ମିଳିଥିଲା ।

କଳାହାଣ୍ଡି ଜିଲ୍ଲାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ପାଇଁ ଭବାନୀପାଟଣା ଡାକ ସହକାରୀ ଅଧୀକ୍ଷକ ମାଧ୍ୟମିକ ଶିକ୍ଷା ପରିଷଦକୁ ସୁପାରିଶ କରିଥିଲେ । ବୋର୍ଡ କର୍ତ୍ତୃପକ୍ଷ ପ୍ରଭାତ ମହାନନ୍ଦ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣି ପାରିଥିଲେ । ଏହାପରେ ଡାକ ବିଭାଗ ତରଫରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତରୁ ଜାଣିପାରିଛି ଯେ, ପୁଅ ନକଲି ପ୍ରମାଣପତ୍ର ବଳରେ ଡାକ ବିଭାଗରେ ଚାକିରି କରୁଥିଲା । ପୁଅକୁ ନକଲି ସାର୍ଟିଫିକେଟ ଯୋଗାଇଥିବା ବାପା ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ପୂର୍ବରୁ ନକଲି ଡାକ କର୍ମଚାରୀ ଛନକ ବାଗ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ଭବାନୀପାଟଣା ଟାଉନ ପୋଲିସ ପଦ୍ମନାଭ ମହାନନ୍ଦ ଓ ତାଙ୍କ ପୁଅ ପ୍ରଭାତ ମହାନନ୍ଦଙ୍କୁ ଗିରଫ କରି ଜେଲକୁ ପଠାଇଛି ।

You Can Read :

   Related Posts