ଚେନ୍ନାଇ: ପ୍ରେମ ବିବାହକୁ ବାପା-ମାଆ ମନା କରିବାରୁ ଆତ୍ମହତ୍ୟା କଲେ ୨ ଭଉଣୀ। ବଡ଼ କଥା ଦୁଇ ଭଉଣୀ ଦୁଇ ମୁସଲିମ ଭାଇଙ୍କୁ ଭଲ ପାଉଥିଲେ। ଦୁଇ ଯୁବତୀ ହେଉଛନ୍ତି ଗାୟତ୍ରୀ(୨୩) ଏବଂ ବିଦ୍ୟା(୨୧)। ଏହି ଘଟଣା ତାମିଲନାଡୁର ତ୍ରିଚି ଜିଲ୍ଲାର ଭାଲାନ୍ଦୁ ଜିଲ୍ଲାରେ ଘଟିଛି। ୨ ଭଉଣୀ ତ୍ରିପୁରରେ ଏକ ଟେକ୍ସଟାଇଲ୍ ମିଲ୍ରେ କାମ କରୁଥିଲେ ଏବଂ ଏଠାରେ ଦୁଇ ମୁସଲିମ ଭାଇଙ୍କ ପ୍ରେମରେ ପଡ଼ିଥିଲେ। ଦୁଇ ଭାଇ ଏହି ମିଲ୍ରେ ମଧ୍ୟ କାମ କରୁଛନ୍ତି।
ସୂଚନା ଅନୁ୍ଯାୟୀ, ଦୁଇ ଭଉଣୀ ଏକ ମନ୍ଦିରରେ ଆୟୋଜିତ ପର୍ବ ପାଇଁ ଗାଁକୁ ଆସିଥିଲେ। ତେବେ ଘରେ ଦୁଇ ଭଉଣୀଙ୍କ ଅସ୍ଵାଭାବିକ ବ୍ୟବହାର ଦେଖିବାକୁ ପାଇଥିଲେ ବାପା ପିଚାଇ ଏବଂ ମାଆ ଅଖିଳନ୍ଦେଶ୍ଵରୀ । ଦୁହେଁ ଦୀର୍ଘ ସମୟ ଫୋନରେ କଥା ହେଉଥିବାରୁ ବାପା-ମାଆଙ୍କ ମନରେ ସନ୍ଦେହଜାତ ହୋଇଥିଲା।
ଦୁଇ ଝିଅ ଗାୟତ୍ରୀ ଏବଂ ବିଦ୍ୟାକୁ ପଚାରିବାରୁ ଉଭୟ ସେମାନଙ୍କର ପ୍ରେମ ସଂପର୍କ ସ୍ଵୀକାର କରିଥିଲେ। ଏହା ଶୁଣିବା ପରେ ବାପା-ମାଆ ଅନ୍ୟ ଧର୍ମର ପୁଅ ସହ ପ୍ରେମ ସଂପର୍କକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟ ଧର୍ମରେ କଦାପି ବିବାହ ହୋଇ ପାରିବ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ। ଏହା ପରେ ଦୁଇ ଭଉଣୀ ଘରୁ ଚାଲି ଆସିଥିଲେ ଏବଂ ଆଉ ଫେରିନଥିଲେ।
ତେବେ ଗାଁ ଲୋକେ ଏକ କୂଅ ନିକଟରେ ୨ଟି ମୋବାଇଲ୍ ଏବଂ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖୋଜିବା ପରେ କୂଅ ଭିତରେ ୨ ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାର ସୂଚନା ମିଳିବା ପରେ ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି। ୨ ଭଉଣୀଙ୍କ ଫୋନ ଯାଞ୍ଚ କରି ପୋଲିସ ତଦନ୍ତ ଚଳାଇଛି।
wp:heading {"level":4}