ସାଥ୍ ଦେଲାନି ହୁଇଲ୍ ଚେଆର୍, ଏବେ ବାପା ମା’ ସାଜିଛନ୍ତି ଭେଣ୍ଡିଆ ପୁଅର ସାହାରା

Published By : Prameya-News7 Bureau | February 04, 2025 IST

କେନ୍ଦୁଝର 04/02 : ବାପା ମା’  ବୃଦ୍ଧ ହୋଇଗଲେ ତାଙ୍କ ସାହାରା ପାଲଟନ୍ତି ପୁଅ କିମ୍ବା ଝିଅ। ଏଠିକିନ୍ତୁ  ବୁଢ଼ା ବାପା ମା ହୋଇଛନ୍ତି ଏକ ମାତ୍ର ଭେଣ୍ଡିଆ ପୁଅର  ସାହାରା ।  ପୁଅର ହାତ ଗୋଡ଼ ଅଚଳ ହୋଇ ପଡ଼ିଛି , ଠିଆ ହୋଇ ପାରୁ ନାହିଁ କି ଚାଲି ବୁଲି ପାରୁ ନାହିଁ। କିଛି ବି କରିବାକୁ ତାର ସକ୍ଷମ ନାହିଁ।  ସବୁ କାମ ପାଇଁ ଅନ୍ୟର ସାହାଯ୍ୟ ଦରକାର ।  ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଳକ ର କାଠକରଞ୍ଜିଆ ଗାଁରେ । 

ଏହି ଗାଁର ବୁଦ୍ଧିଆା ଓ ବିମଳା ଦେହୁରୀଙ୍କ ଏକ ମାତ୍ର ପୁଅ ଦିବାକରର ଜନ୍ମ ସମୟରୁ ହାତ ଗୋଡ ସବୁ ବଙ୍କା ହୋଇଯିବା ସହ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଛି । ଫଳରେ ସେ ଠିଆ ହୋଇ ପାରୁ ନାହିଁ କି ଚାଲି ବୁଲି ପାରୁ ନାହିଁ । ସେହିପରି ହାତ ଦୁଇଟି ବଙ୍କା ହୋଇ ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିବାରୁ ହାତରେ ମଧ୍ୟ କିଛି କାମ କରି ପାରୁନାହିଁ ।  ଏବେ ଦିବାକରକୁ ୩୫ ବର୍ଷ ବୟସ ଏବେ ସେ ବୃଦ୍ଧ ବାପା ମାଙ୍କ ସାହାର ହେବା ବଦଳରେ ବାପା ମାଁ ଏବେ ତାର  ସାହାରା ପାଇଟିଛନ୍ତି । ଦିବାକର ସକାଳେ ବିଛଣାରୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଦାନ୍ତ ଘଷାଇ ଦେବା , ଗାଧୋଇ ଦେବା , ଖୁଆଇଦେବା ଆଦି ସବୁ କାମ ତାର ବୃଦ୍ଧ ମାଙ୍କୁ ହିଁ କରିବାକୁ ପଡିଥାଏ । ଏପରିକି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ କୁ ନେବାକୁ ହେଲେ ତାକୁ କାଖେଇ କାଖେଇ ନେବାକୁ ପଡିଥାଏ । ଦିନ ମଜୁରିଆ ବାପା ମା ପୁଅ ପାଇଁ କାମ ଧନ୍ଦା ମଧ୍ୟ କରିବାକୁ ଯାଇ ପାରନ୍ତି ନାହିଁ।  ଜଣେ ପୁଅକୁ ଜଗିଲେ ଆଉ ଜଣେ କାମକୁ ଯାଏ । ସରକାରୀ ସାହାଯ୍ୟ କହିଲେ କେବଳ ଚାଉଳ ଓ ପୁଅର ଭିନ୍ନକ୍ଷମର ଭତା ଟିକକ ପାଉଛନ୍ତି । ଏବେ କିଛି ମାସ ପୂର୍ବରୁ ଦିବାକରଙ୍କୁ ସରକାରଙ୍କ ପକ୍ଷରୁ ଏକ ବେଟ୍ରି ଚାଳିତ ହୁଇଲି ଚେୟାର ଟିଏ ମିଳିଥିଲା। ଆଉ ଦିବାକାର ସେଥିରେ ବସି ଚଳପ୍ରଚଳ ହେବା ସହ ବିଭିନ୍ନ ଷ୍ଟେଜରେ ବୁଲି ବୁଲି ଗୀତ ଗାଇ ଦୁଇ ପଇସା ରୋଜଗାର କରୁଥିଲେ । ଏତିକିରେ ତାଙ୍କ ପରିବାର ଦୁଃଖ କଷ୍ଟେ ଚଳି ଯାଉଥିଲେ ହେଲେ ଏବେ ସେହି ହୁଇଲି ଚେୟାର ଟି କଛି ଦିନ ହେବ ଭାଙ୍ଗି ଯାଇଛି । ଫଳରେ ସେ ଆଉ ଚଳପ୍ରଚଳ କରି ପରୁ ନାହାନ୍ତି । ଫଳରେ ତାଙ୍କର ସ୍ଵଳ୍ପ ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇଛି । ଏବେ ସେ ଏକ ନୁଆ ହୁଇଲି ଚେୟାର ଟିଏ ପାଇଁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି ।

ଅନ୍ୟପଟେ ଜିଲ୍ଲା ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ବିଭାଗ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କହିବା କଥା ସରକାରୀ ନିୟମ ଅନୁସାରେ  ତାଙ୍କୁ ଏକ ବେଟ୍ରି ଚାଳିତ ହୁଇଲି ଚେୟାର ଟିଏ ଦିଆଯାଇଥିଲା । ମାତ୍ର ଦିବାକରଙ୍କ ବେଟ୍ରି ଚାଳିତ ହୁଇଲି ଚେୟାରଟି ଭାଙ୍ଗି ଯାଇଥିବା ସେ ଅଭିଯୋଗ କରୁଛନ୍ତି । ମାତ୍ର ସରକାରଙ୍କର ନିୟମ ଅନୁସାରେ  ତିନି ବର୍ଷ ପରେ ଆଉ ଗୋଟିଏ ମିଳି ପାରିବ । ତେଣୁ ତାଙ୍କ  ହୁଇଲି ଚେୟାର ଟି ସଜାଡିବାକୁ ଚେଷ୍ଟା କରାଯିବ ନହେଲେ ନୂଆଟେ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଏଠି ପ୍ରଶ୍ନ ଉଠେ ଯିଏ  ଯେଉଁ ପରିବାରର ରୋଜଗାର କହିଲେ ପ୍ରାୟ ଶୁନ ସେ ସେହି ହୁଇଲି ଚେୟାରକୁ ଶହ ଶହ ଟଙ୍କା ଖର୍ଚ୍ଚ କରି ସଜାଡି ପାରିବତ ? ତେଣୁ ଜିଲ୍ଲା ପ୍ରଶାସନର  ଏକ ନୂଆ ହୁଇଲି ଚେୟାର ଯୋଗାଇ ଦେଲେ ସାମାସ୍ୟାର ସମାଧାନ ହୋଇ ପାରନ୍ତା।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.