ଶିବ ମନ୍ଦିରରେ ମାତିଛନ୍ତି ମହୁମାଛି : ବାପ-ଝିଅ ଗୁରୁତର, ଭୟରେ ମନ୍ଦିର ଖାଲି
21/02/2020 at 2:35 PM

ଭୁବନ ୨୧।୨: ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ମହୁମାଛିଙ୍କର ଆକ୍ରମଣ ଶିକାର ହୋଇଛନ୍ତି ବାପା ଓ ଝିଅ । ଫଳରେ ଉଭୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ନିମେଇପୁର ଗ୍ରାମ ଶିବ ମନ୍ଦିରରେ ମହୁମାଛି ଆକ୍ରମଣରେ ବାପା ପଙ୍କଜ ଲୋଚନ ଦାସ ଓ ଝିଅ ମଧୁସ୍ମିତା ଦାସ (୫ ବର୍ଷ) ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହୁମାଛିଙ୍କର ଆତଙ୍କରେ ଗ୍ରାମବାସୀ ନିଜନିଜ ଘରେ ରହିଥିବା ବେଳେ ମନ୍ଦିର ଶୁନଶାରେ ପରିଣତ ହୋଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023