ଢେଙ୍କାନାଳ: ପୋଖରୀରେ ବୁଡି ବାପା-ଝିଅଙ୍କର ମୃତ୍ୟୁ। ଏଭଳି ଏକ ଅଭବାନୀ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବାଇସିଂହା ପଂଚାୟତ ଖଙ୍କର ଗ୍ରାମରେ । ସୂଚନା ଅନୁଯାୟୀ, ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ୮ ବର୍ଷର ଝିଅକୁ ବୁଡିଯାଉଥିବାରୁ ଉଦ୍ଧାର କରିବାକୁ ଯାଇଥିଲେ ବାପା । ହେଲେ ଦୁର୍ଭାଗ୍ୟବସତଃ ବାପା ମହେଶ୍ବର ନାୟକ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ।
ତେବେ ଖବର ପାଇ ଗଁନ୍ଦିଆ ଦମକଳ ବାହିନୀ ପହଁଞ୍ଚି ଉଭୟ ବାପାଝିଅଙ୍କୁ ପୋଖରୀରୁ ଉଦ୍ଧାର କରି ଗଁନ୍ଦିଆ ସ୍ଥିତ ଶ୍ରୀରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏପରି ମର୍ମନ୍ତୁଦ ଅଘଟଣକୁ ନେଇ ଖଙ୍କର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଆହୁରି ପଢ଼ନ୍ତୁ: ମାଣିଆବନ୍ଧ ସନ୍ତୋଷ ବିଶ୍ବାଳ ହତ୍ୟା ଘଟଣା, ପୋଲିସ୍ କହିଲା କେମିତି ଥିଲା ପୂରା ଷଡ଼ଯନ୍ତ୍ର