ମର୍ମନ୍ତୁଦ ସଡକ ଦୁର୍ଘଟଣା : କଲଭର୍ଟରେ ପିଟିଲା କାର୍, ବାପା-ଝିଅ ମୃତ, ଶାଶୁ-ବୋହୂ ଗୁରୁତର

Published By : Prameya-News7 Bureau | April 14, 2024 IST

ଭଦ୍ରକ ୧୪।୪: ମର୍ମନ୍ତୁଦ ସଡକ ଦୁର୍ଘଟଣା । କଲଭର୍ଟରେ ପିଟିହେଲା କାର୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରି ଛକ ନିକଟରେ ଦୁର୍ଘଟଣା ଘଟିଛି । କାର୍‌ରେ ଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ପୁରୀରୁ ଫେରିବା ବେଳେ ଭାରସାମ୍ୟ ହରାଇ କଲଭର୍ଟକୁ ପିଟିଥିଲା କାର୍ । ଗୁରୁତରଙ୍କୁ ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

You Can Read :

ବିଜେଡ଼ି କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୁତ୍ର ମନ୍ମଥଙ୍କ ସପକ୍ଷରେ ଭୋଟ୍ ଦେବାକୁ କଲେ ଅପିଲ୍

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.