ପୁଅ ସିନା ପ୍ରେମ କଲା ହେଲେ ବାପା ମୁଣ୍ଡରେ ବୋଳାହେଲା ଅଠା

Published By : Prameya-News7 Bureau | January 02, 2019 IST

ଗୋରଖପୁର ୨/୧- ପୁଅର ପ୍ରେମ ବାପ ପାଇଁ ପଡ଼ିଲା ମହଙ୍ଗା । ପୁଅ ପ୍ରେମକରି ଖସିଗଲା ସିନା ବାପା ପଡ଼ିଛି ଜାଲରେ । ଏହିଭଳି ଘଟଣା ଘଟିଛି ଗୋରଖପୁର ଚିଲୁଆତାଲ ଅଂଚଳରେ ।

{"id":69829,"width":585,"height":328}

ଚିଲୁଆତାଲ ବିଶୁନପୁର ୨୮ ବର୍ଷ ବୟସ୍କ ନିତୁ ଆଣିଛି ଏହି ଅଭିଯୋଗ । ଦୁଇ ବର୍ଷ ତଳେ ନିତୁ କଂପ୍ୟୁଟର ଶିଖିବାକୁ ଆସିବା ପରେ ସେହି ସେଣ୍ଟରର ଜଣେ ଯୁବକ ସହ ପରିଚୟ ହୋଇଥିଲା । ରାଘବେନ୍ଦ୍ର ନାମକ ଯୁବକ ନୀତୁକୁ ପ୍ରେମଜାଲରେ ଫସାଇଥିଲା । ସେମାନେ ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି କରିଥିଲେ । ଏଥି ପାଇଁ ସେମାନେ ବେଧଡକ ଶାରୀରିକ ସଂପର୍କ ରଖୁଥିଲେ । କଂପ୍ୟୁଟର ଶିଖିବା ବାହାନାରେ ବିଶୁନପୁର ଅଂଚଳରେ ଘରଭଡ଼ା ନେଇ ସ୍ଵାମୀ-ସ୍ତ୍ରୀ ଭଳି ରହୁଥିଲେ ଦୁଇଜଣ । କଂପ୍ୟୁଟର ସରିଗଲାପରେ ରାଘବେନ୍ଦ୍ର ଗାଁକୁ ଚାଲିଯାଇଥିଲା ।

ସେପଟେ ଗାଁରେ ରାଘବେନ୍ଦ୍ର ଅନ୍ୟଜଣେ ଝିଅ ସହ କରିଥିଲା ବିବାହ । ଏହି ଘଟଣା ଯୁବତୀ ଜାଣିବା ପରେ ରାଘବେନ୍ଦ୍ର ଘର ପାଖରେ ପହଂଚିଥିଲା । ରାଘବେନ୍ଦ୍ରର କିଛି ସଂପର୍କ ତା ସହ ନାହିଁ କି ଚିହ୍ନିନାହିଁ ବୋଲି କହିଥିଲା । ଅନ୍ୟଆଡ଼େ ବିବାହ କରିବା କଥା ପ୍ରେମିକଠାରୁ ଶୁଣି ଯୁବତୀ ହତାଶ ହୋଇ ତାଙ୍କ ଘର ଆଗରେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲେ ବି ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲା ।

{"id":69831,"width":589,"height":331}

ଏହି ଘଟଣା ପରେ ପ୍ରେମିକ ଫେରାର ଥିଲେ ବି ପ୍ରେମିକର ବାପାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁଅ ସିନା ପ୍ରେମ କଲା, ହେଲା ବାପପାଇଁ ହେଲା କାଳ । ପୁଅ ପ୍ରେମର ଅଠା ବାପା ମୁଣ୍ଡରେ ହୋଇଛି ବୋଳା । ଯୁବତୀଙ୍କ ଭାଇ ଚିଲୁଆାତାଲ ଥାନାରେ ରାଘବେନ୍ଦ୍ରର ବାପା ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ମାମଲା ଦାୟର କରିଛି । ତା ଭଉଣୀର ମୃତ୍ୟୁପାଇଁ ରାଘବେନ୍ଦ୍ର ଓ ତା ବାପାଙ୍କୁ ଦାୟୀ କରିଛି ପ୍ରେମିକା ନିତୁର ଭାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.