ସୁରଟ: ପୁଅର ହେବାକୁ ଥିବା ଶାଶୁ ସହିତ ପୁଣି ଥରେ ଫେରାର ମାରିଲେ ପିତା, ୧୭ ଦିନ ପର୍ଯ୍ୟନ୍ତ ମନାଇଥିଲେ ହନିମୁନ

Published By : Prameya-News7 Bureau | March 02, 2020 IST

ସୁରତ ୦୨।ମାର୍ଚ୍ଚ- ଗୁଜରାତର ସୁରଟରେ ଦ୍ଵିତୀୟ ନଜରରେ ପରସ୍ପରକକୁ ଭଲ ପାଇ ବସିବା ହେବା ପରେ ନିଜ ପୁଅର ହେବାକୁ ଥିବା ଶାଶୁ ସହିତ ଫେରାର ହୋଇଥିବା ପିତା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ୧୭ ଦିନ ପର୍ଯ୍ୟନ୍ତ ହନିମୁନ ମନାଇବା ପରେ ଘରକୁ ଫେରିଥିବା ଏହି ପ୍ରେମୀଯୋଡି ପୁଣି ଥରେ ଫେରାର ହୋଇ ଯାଇଛନ୍ତି। କୁହାଯାଉଛି ଯେ, ଶନିବାର ପରିବାରକୁ ନଜଣାଇ ଏହି ଦମ୍ପତ୍ତି ନିଜ ନିଜ ଘରୁ ଫେରାର ହୋଇ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁରଟର ପୁଅର ବାପା ଏବଂ ଝିଅର ମା ନିଜ ପୁଅ-ଝିଅଙ୍କ ବିବାହ କରାଇବା ପରିବର୍ତ୍ତେ ପରସ୍ପର ଭଲ ପାଇ ଜାନୁଆରୀ ୧୦ରେ ଫେରାର ମାରିଥିଲେ। ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାର ଭିଡିଓ ମଧ୍ୟ ଜୋରସୋରରେ ଭାଇରାଲ ହୋଇଥିଲା।  

ନିଜ ପିତା-ମାତାଙ୍କ ଏହି ଲଜ୍ଜାଜନକ କାମ ପରେ ଯୁବତୀ ଓ ଯୁବକ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ, ୪୫ ବର୍ଷୀୟ ଏହି ବ୍ୟବସାୟୀଙ୍କ ଶ୍ଵଶ୍ଵର ଘରର ଲୋକେ ଅନେକ ଥର ବୈଠକ କରି ପର ମହିଳାଙ୍କୁ ଭୁଲି ଯିବାକୁ ବୁଝାଇଥିଲେ। କିନ୍ତୁ ଏବେ ମଧ୍ୟ ବ୍ୟବସାୟୀ ଉକ୍ତ ମହିଳାଙ୍କ ସଂପର୍କରେ ଥିବା ଘର ଲୋକ ଜାଣିବାକୁ ପାଇଥିଲେ।

ସୂତ୍ର ମୁତାବକ ବ୍ୟବସାୟୀଙ୍କୁ ଘର ଲୋକଙ୍କ ବୁଝାଇବା ପ୍ରୟାସ ଜାରି ରହିଥିଲା, ମାତ୍ର ଏହା ମଧ୍ୟରେ ଶନିବାର ପ୍ରେମିକ ମହୋଦୟ ନିଜ ଘରକୁ ଫେରି ନାହାନ୍ତି। ଏହା ପରେ ପରିବାର ଲୋକେ ତାଙ୍କ ସନ୍ଧାନ କରିବା ଆରମ୍ଭ କରି ଦେଇଥିଲେ। ସଂପ୍ରଦାୟର ଜଣେ ନେତା କହିଛନ୍ତି ଯେ, ପରିବାର ଲୋକଙ୍କୁ ସନ୍ଦେହ ରହିଥିଲା ଯେ, ବ୍ୟବସାୟୀ ଜଣକ ମହିଳାଙ୍କୁ ଦେଖା କରିବାକୁ ଯାଇଥିବେ। ଏହି ସନ୍ଦେହ ଦୂର କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଆଯାଇଥିଲା। ପରେ ଜଣା ପଡିଲା ଯେ ମହିଳା ମଧ୍ୟ ନିଜ ଘରକୁ ଫେରି ନାହାନ୍ତି।

ପରିବାର ସଦସ୍ୟ କହିଲେ ଆମେ ଆଉ ଖୋଜିବୁ ନାହିଁ

ପ୍ରେମୀଯୋଡିଙ୍କ ଏହି କାମ ପରେ ଦୁଇ ପରିବାରର ସଦସ୍ୟ ଉଭୟଙ୍କୁ ଆଉ ନ ଖୋଜିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରେମୀଯୁଗଳ ଦମ୍ପତ୍ତି ଯେବେ ପ୍ରଥମ ଥର ଘରକୁ ଫେରିଥିଲେ ତେବେ ମହିଳାଙ୍କୁ ତାଙ୍କର ସ୍ଵାମୀ ଅନେକ ଥର ପ୍ରୟାସ ପରେ ମଧ୍ୟ ଘରେ ପଶିବାକୁ ଦେଇନଥିଲେ। ବିବଶ ହୋଇ ମହିଳାଙ୍କୁ ନିଜ ବାପା ଘରେ ଶରଣ ନେବାକୁ ପଡିଥିଲା। କୁହାଯାଉଛି ଯେ, ଏହି ଦମ୍ପତ୍ତି ସଂପ୍ରତି ବରକ୍ଷା ଇଲାକାରେ ଏକ ଭଡା ଘରେ ରହୁଛନ୍ତି।

ଗତ ଫେବୃଆରୀ ୮ରେ ଘରକୁ ଫେରିବା ପରେ ବ୍ୟବସାୟୀ ଦାମ୍ଭିକତାର ସହ କହିଥିଲେ ଯେ, ଯଦି ମହିଳାଙ୍କୁ ତାଙ୍କ ପତି ନ ଆପଣାନ୍ତି ତେବେ ସେ ତାଙ୍କର ଦାୟିତ୍ଵ ନେବେ। ସେ ଏହା ମଧ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ, ଏବେ ତାଙ୍କର ମହିଳାଙ୍କ ସହ କୌଣସି ସଂପର୍କ ନାହିଁ। ମହିଳା ମଧ୍ୟ କହିଥିଲେ ଯେ, ବିଜନେସମ୍ୟାନଙ୍କ ସହିତ ଫେରାର ହେବା ତାଙ୍କର ମସ୍ତ ବଡ ଭୁଲ ଥିଲା। ମହିଳା ଏହା ମଧ୍ୟ କହିଥିଲେ, ଏବେ ତାଙ୍କର ବିଜନେସମ୍ୟାନଙ୍କ ସହିତ  କୌଣସି ସଂପର୍କ ନାହିଁ। ମୁଁ ଏବେ ମୋ ପତିଙ୍କ  ପାଖକୁ ଯିବାକୁ ଚାହୁଁଛି। ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୦ରେ ଫେରାର ହେବା ପରେ ଏହି ପ୍ରେମୀ ଦମ୍ପତ୍ତି ଉଜ୍ଜୈନ ଚାଲି ଯାଇଥିଲେ। ପରେ ପରିବାର ଲୋକ ଉଭୟଙ୍କୁ ବୁଝାଇଥିଲେ ଏବଂ ପାଖକୁ ଆଣିଥିଲେ। ଏବେ ପୁଣି ଥରେ ଦମ୍ପତ୍ତି ଫେରାର ହୋଇ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.