କନ୍ଧମାଳ ଓ ଗଜପତି ସୀମାନ୍ତ <strong>ରାଇଗଣ୍ଡା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ</strong>

Published By : Prameya-News7 Bureau | September 24, 2022 IST

ଦାରିଙ୍ଗବାଡି ୨୪/୦୯: ଗଜପତି ଜିଲ୍ଲା  ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର ରାଇଗଣ୍ଡା ଘାଟି ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଘାଟିରେ ଜଣେ ବାଇକ ଆରୋହି ଭାରସାମ୍ୟ ହରାଇବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଶଲ୍ୟ ଘଡ଼େଇ (୩୪)। ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ସୋନୁପୁର ଗାଁର ବାସିନ୍ଦା। ଖବର ଅନୁସାରେ, ଶଲ୍ୟ ବିବାହ ପରେ କଟାମା ପଞ୍ଚାୟତର ରାଜଖମା ନିଜ ଶ୍ୱଶୁର ଘରେ ଘରଜ୍ୱାଇଁ ଭାବେ ରହୁଥିଲେ । ସେ ବାଇକରେ କୌଣସି କାମରେ ମୋହନା ଯାଇ ସୋନୁପୁରକୁ ଯିବାପାଇଁ ବ୍ରାହ୍ମଣୀଗାଁ  ଅଭିମୁଖେ ଆସୁଥିବା ବେଳେ ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଘାଟି ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ସେଠାରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ।

ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପାଣିଗଣ୍ଡାରେ ଥିବା ପୋଲିସ ଫାଣ୍ଡି ବିଟ ହାଉସକୁ ଖବର ଦେଇଥିଲେ। ପରେ ଦାଇତ୍ୱ ରେ ଥିବା କନେଷ୍ଟବଳ ତୁଳସୀ ରାମ ରେଡ଼ି ଓ  ଚନ୍ଦ୍ର ଶେଖର ରେଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲେ ଅଡବା ଥାନା ଉପ ଆରକ୍ଷୀ ଅଧିକାରୀ ହୃଷିକେଶ ପଣ୍ଡାଙ୍କ ପରାମର୍ଶରେ  ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋରେ ଶଲ୍ୟଙ୍କୁ ଅଡ଼ବା ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରୁ ମୃତ ବ୍ୟକ୍ତିଙ୍କ ମନିପର୍ସକୁ ଜବତ କରି ପର୍ସରେ ଥିବା ପାଞ୍ଚ ହଜାର ଟଙ୍କାକୁ ସ୍ଥାନୀୟ ସରପଞ୍ଚ ବାବୁଲି ପାଟ ମାଝୀଙ୍କ ଉପସ୍ଥିତରେ ଗଣତି କରି ଟଙ୍କା ସହ କିଛି ପ୍ରମାଣ ପତ୍ରକୁ ପୋଲିସ କରି ସୁରକ୍ଷିତ ରଖିଛି। ଶଲ୍ୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଜହତ ମନିପର୍ସ ସହିତ ହସ୍ତାନ୍ତର କରାଯିବ ବୋଲି ଉପ ଆରକ୍ଷୀ ଅଧିକାରୀ ହୃଶିକେଷ ପଣ୍ଡା କହିଛନ୍ତି। ଠିକ ସେହି ସମୟରେ ଆଉ ଜଣେ ବାଇକ ଆରୋହି ମଧ୍ୟ ଭାର ସାମ୍ୟ ହରାଇ ସେହି ସ୍ଥାନରେ ପଡ଼ି ଯାଇ ଭୟରେ ବାଇକ ଛାଡ଼ି ପଳାଇଥିବା ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.