ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ଆହତ

Published By : Prameya-News7 Bureau | February 28, 2024 IST

କୁଚିଣ୍ଡା: ସମ୍ୱଲପୁର କୁଚିଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ଏଥିରେ ପ୍ରାୟ ୧୦ରୁ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୬ ଜଣ ଗୁରୁତର ଥିବା ଜଣାପଡିଛି । ବସ୍ ହେଲପେରଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ପଠାଯାଇଛି ।

ପଢନ୍ତୁ: ପୋଲ ତଳକୁ ଖସିଲା ବସ୍‌ : ଦୁର୍ଘଟଣାରେ ୩୦ ମୃତ, ୧୦ ଆହତ

ମିଳିଥିବା ସୂଚନା ଅନୁସାରେ ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଆମଲାଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍ ଏବଂ ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ବରଗଡରୁ ବାଲେଶ୍ୱର ଯାଉଥିବା ‘ଶ୍ରୀରାମଜୀ’ ବସ ସହ ଟ୍ରକ ଧକ୍କା ହୋଇଛି । ପ୍ରାୟ ୧୦ରୁ ୧୨ ଜଣ ଦୁର୍ଘଟଣାରେ ଗୁରୁତର ରୂପେ ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.