oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବିଶ୍ୱରେ ବଢୁଛି ‘ମୋଟାପଣ’, ୨୦୩୦ ସୁଦ୍ଧା ମୋଟା ଲୋକଙ୍କ ସଂଖ୍ୟା ୧ ବିଲିୟନ

6/03/2022 at 12:08 PM

ନୂଆଦିଲ୍ଳୀ ୬।୦୩ : ମେଦବହୁଳତା ବା ମୋଟାପଣ ଆଜିକାଲିର ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା। ମୋଟାପଣ ଯୋଗୁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ଯେଉଁଥିରେ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବ ଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତେ ଶିକାର । ଆଗକୁ ଏହି ସମସ୍ୟା ଆହୁରି ବଢିବ। ଗୁରୁତର ହେବ ସ୍ବାସ୍ଥ୍ୟ ସମସ୍ୟା। ଏପରି ଚେତାବନୀ ସହ ତଥ୍ୟ ରଖିଛନ୍ତି ବିଶେଷଜ୍ଞ।

ନୂତନ ବିଶ୍ୱ ଆକଳନ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱରେ ୧ ବିଲିୟନରୁ ଅଧିକ ଲୋକ ମୋଟା ହୋଇଯିବେ। ୨୦୨୫ ସୁଦ୍ଧା ନାହିଁ ଠୋସ୍‌ ମୁକାବିଲାର ସୂଚନା।  ମେଦବହୁଳତାକୁ ରୋକିବା ପାଇଁ WHOର ଲକ୍ଷ୍ୟ ପୂରଣ କରିବାକୁ କୌଣସି ଦେଶ ଟ୍ରାକରେ ନାହାଁନ୍ତି। ଚତୁର୍ଥର ମେଦବହୁଳତା ଆଟଲାସରୁ ଏହି ନୂତନ ତଥ୍ୟ ଆସିଛି। ଏବଂ ବିଶ୍ୱ ମେଦବହୁଳ ଫେଡେରେସନ୍ ଦ୍ୱାରା ଏହି ସୂଚନା ଦିଆଯାଇଛି। ୨୦୩୦ ସୁଦ୍ଧା ପ୍ରତି ୫ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏବଂ ୭ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ମୋଟାପଣର ଶିକାର ହେବାର ପୂର୍ବାନୁମାନ କରାଯାଇଛି।

ଉତ୍ତର ଆମେରିକା, ଲାଟିନ୍ ଆମେରିକା ଏବଂ କାରିବିଆନ୍‌ରେ ସବୁଠୁ ଅଧିକ ମୋଟା ଲୋକ ଦେଖାଦେବେ।  ଆମେରିକାରେ ପ୍ରାୟ ଅଧା ଲୋକ ଅର୍ଥାତ ପାଖାପାଖି ୪୭ ପ୍ରତିଶତ ୨୦୩୦ ସୁଦ୍ଧା ମେଦବହୁଳତାର ଶିକରା ହେବା ଆକଳନ କରାଯାଉଛି।

ଅଧ୍ୟୟନରେ ଆହୁରି ମଧ୍ୟ ଆକଳନ କରାଯାଇଛି ଯେ, ଆଫ୍ରିକାରେ ୭୪ ନିୟୁତ ମହିଳା ୨୦୩୦ସୁଦ୍ଧା ମେଦବହୁଳତାର ଶିକାର ହେବେ। ୨୦୧୦ ରେ ୨୬ ନିୟୁତ ଏବଂ ୨୦୩୦ ରେ ୨୭ ନିୟୁତ ପୁରୁଷ ଏହାର ଶିକାର ହୋଇଛନ୍ତି। ୨୦୩୦ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ, ଅଧା ମହିଳା ମେଦବହୁଳତାର ଶିକାର ହେବା ମଧ୍ୟ ପୂର୍ବାନୁମାନ କରାଯାଇଛି ।

ବିଶ୍ୱ ମେଦବହୁଳ ଫେଡେରେସନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୋହାନା ରାଲଷ୍ଟନ୍ କହିଛନ୍ତି, ଆମ ରିପୋର୍ଟରେ ଥିବା ସଂଖ୍ୟା ଆଶ୍ଚର୍ଯ୍ୟଜନକ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହି ରିପୋର୍ଟରୁ କମ୍‌ ଲୋକ ପ୍ରଭାବିତ ହେଉଛନ୍ତି। କିଛି ଲୋକ ମୋଟାପାର ଚିକିତ୍ସା କରୁଛନ୍ତି। କିନ୍ତୁ ବଢୁଥିବା ମେଦବହୁଳତାର ସଂଖ୍ୟା ଦେଖି ଆହୁରି ସଜାଗ ହେବା ଏବଂ ପରିଶ୍ରମ କରିବାର ସମୟ ଆସିଯାଇଛି।

ଆଫ୍ରିକା ପାଇଁ WHO ର ଆଞ୍ଚଳିକ କାର୍ଯ୍ୟାଳୟରେ ଡାକ୍ତର ଆଡେଲହେଡ ଓନିଆଙ୍ଗୋ କହିଛନ୍ତି, ଅତୀତରେ ଆମର ମୋଟାପଣ ହାର କମ୍ ଥିଲା ତେଣୁ ଏହାର ବଢୁଥିବା ସଂଖ୍ୟା ଆଗକୁ ଚିନ୍ତାଜନକ ହେବ।

କାହିଁକି ମୋଟାପା। ଏପରି ମୋଟାପଣର କାରଣ କଣ। କାରଣ ଆମ ଖାଦ୍ୟ ଓ  ଲାଇଫ୍‌ଷ୍ଟାଇଲ୍‌ରେ ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ଗୁରୁତ୍ବ ଦେଉଛୁ। ଉଚ୍ଚ ଚର୍ବି ଯୁକ୍ତ ଖାଦ୍ୟ ଖାଉଛୁ। ଏହାସହ ଆରାମ ପରିଶ୍ରମ ବିପରିତ। ଶାରୀରିକ ପରିଶ୍ରମର ଅଭାବ ତଥା ଅତ୍ୟଧୀକ ଟେକ୍ନୋଲୋଜିର ଦୁର୍ବଳତା ମଧ୍ୟ ମୋଟାପଣର ବଡ କାରଣ। ସୁସ୍ଥ ସୁନ୍ଦର, ନୀରୋଗ ଏବଂ ଦୀର୍ଘ ଜୀବନ ପାଇଁ ମୋଟାପଣ ସବୁଠୁ ବଡ ଶତ୍ରୁ।

   Related Posts