ଫେବୃଆରୀ ୧୫ ମଧ୍ୟରାତ୍ରିରୁ ଗାଡିରେ ଫାସଟ୍ୟାଗ୍ ବାଧ୍ୟତାମୂଳକ, ନଥିଲେ ଏତିକି ଦେବାକୁ ପଡିବ ଟୋଲ୍‌ ଟ୍ୟାକ୍ସ

Published By : Prameya-News7 Bureau | February 14, 2021 IST

ନୂଆଦିଲ୍ଲୀ ୧୪।୦୨: ଯଦି ଆପଣ ଫେବୃଆରୀ ୧୬ରୁ ଦେଶର ଜାତୀୟ ରାଜପଥରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଜରୁରୀ ଅଟେ। ବର୍ତ୍ତମାନ ଭାରତର ଜାତୀୟ ରାଜପଥରେ ୭୨୦ରୁ ଅଧିକ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ରେ ଟୋଲ୍‌ ଟ୍ୟାକ୍ସ ପୈଠ ବିକଳ୍ପ ଅନିବାର୍ଯ୍ୟ ହୋଇଯିବ। ଯଦି ଆପଣ ରାସ୍ତାରେ ଟୋଲ୍ ପ୍ଲାଜାକୁ ଅତିକ୍ରମ କରୁଛନ୍ତି ତେବେ ଆପଣଙ୍କ କାର ପାଇଁ ଫାସଟ୍ୟାଗ୍‌ ଆବଶ୍ୟକତା ଅତି  ଜରୁରୀ। ଯଦି ଆପଣଙ୍କ ଗାଡିରେ ଫେବୃଆରୀ ୧୫ ମଧ୍ୟରାତ୍ରି ପରଠୁ ଫାସଟ୍ୟାଗ୍ ନଥିବ ଏବଂ ଟୋଲ୍ ପ୍ଲାଜା ଅତିକ୍ରମ କରିବେ ତେବେ ଆପଣଙ୍କୁ ଦୁଇ ଗୁଣ ଫାଇନ ଦେବାକୁ ପଡିବ। ଫେବୃଆରୀ ୧୫ ରାତ୍ରି ୧୨ଟା ପୂର୍ବରୁ ଆପଣ ନଗଦ ଟଙ୍କା ଦେଇ ଟୋଲ୍‌ ପ୍ଲାଜା ଅତିକ୍ରମ କରି ପାରିବେ।

କଣ କହିଲା ସଡକ ପରିବହନ ମନ୍ତ୍ରଣାଳୟ

{"id":408837,"sizeSlug":"large","linkDestination":"none"}

କେନ୍ଦ୍ରୀୟ ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗତ ଦିନରେ କହିଥିଲେ ଯେ, ଦେଶର ସମସ୍ତ  ଟୋଲ୍ ପ୍ଲାଜାରେ ଏବେ ଫାସଟ୍ୟାଗ୍ ବାଧ୍ୟତାମୂଳକ। ଗଡକରୀ ସ୍ପଷ୍ଟ କହିଥିଲେ ଯେ, ଏବେ ସରକାର ଫାସଟ୍ୟାଗର ଅନ୍ତିମ ତାରିଖ ଆଉ ବଢାଇବେ ନାହିଁ। ଏମିତିରେ ଯେଉଁ ଲୋକ ଏ ପର୍ଯ୍ୟନ୍ତ ନିଜ ଗାଡିରେ ଫାସଟ୍ୟାଗ୍‌ ଲଗାଇ ନାହାନ୍ତି ତେବେ ସେମାନେ ଖୁବ୍ ଲଗାଇ ଦିଅନ୍ତୁ, ନଚେତ୍ ସେମାନଙ୍କର ମୁସ୍କିଲ ଆହୁରି ବଢିବ। ବର୍ତ୍ତମାନ ଫେବୃଆରୀ ୧୫ ପରଠୁ ସମସ୍ତ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ ବାଧ୍ୟତାମୂଳକ ହୋଇଯିବ। ମନ୍ତ୍ରୀ ସ୍ପଷ୍ଟ କରିଥିଲେ, କିଛି ଲୋକ ଭାବୁଛନ୍ତି ଯେ, ସରକାର ପୁଣି ଥରେ ଫାସଟ୍ୟାଗ୍‌ର ଶେଷ ତାରିଖ ବଢାଇବେ। କିନ୍ତୁ ସେମାନେ ଜାଣି ରଖନ୍ତୁ ଯେ ଏବେ ଫାସଟ୍ୟାଗର ଅବଧି ବଢିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.