NHAI ଆଗକୁ ବଢାଇଲେ Fastag କେୱାଇସି ଅପଡେଟ୍ କରିବାର ଡେଡଲାଇନ, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୧।୩: ଫାସଟ୍ୟାଗ୍ କେୱାଇସି ଅପଡେଟ୍ କରିବାର ସମୟ ସୀମା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ)ଙ୍କ ‘ଗୋଟିଏ ବାହନ ଗୋଟିଏ ଫାସଟ୍ୟାଗ୍’ ନୀତିକୁ ନେଇ ଏବେ ପ୍ରତି ବାହନରେ ଫାସଟ୍ୟାଗ୍ ଲାଗୁଛି। ଏହି ଫାସଟ୍ୟାଗର ବ୍ୟବହାର କୌଣସି ଅନ୍ୟ ବାହନ ପାଇଁ ହୋଇ ପାରିବ ନାହିଁ। ଏନଏଚଏଆଇ ପେଟିଏମ ଫାସଟ୍ୟାଗ୍ ୟୁଜରଙ୍କୁ ସମସ୍ୟା ନ ହେଉ ସେଥି ପାଇଁ କେୱାଇସି ସମୟସୀମା ବଢେଇବାକୁ ନିଷ୍ପତ୍ତି ନେଇଛନ୍ତି।

{"id":915934,"width":837,"height":543,"sizeSlug":"full","linkDestination":"none"}

ପୂର୍ବରୁ ଏଥି ପାଇଁ ୨୯ ଫେବୃଆରୀକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏହାର ଅର୍ଥ ୟୁଜରଙ୍କୁ ଏଥି ପାଇଁ ଆଉ ମାସଟିଏ ଅଧିକ ସମୟ ମିଳିଯାଇଛି। ଏନଏଚଏଆଇ ଜାତୀୟ ରାଜମାର୍ଗରେ ସମସ୍ୟା ବିହୀନ ଟୋଲ ପୈଠ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ କେୱାଇସି ଅପଡେଟ୍ କରାଇ ନେବାକୁ କହିଛନ୍ତି। ଯଦି ଆପଣ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଫାସଟ୍ୟାଗ୍ କେୱାଇସି ଅପଡେଟ ନ କରିବେ ତେବେ ଆପଣଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯିବ।

{"id":915935,"width":840,"height":500,"sizeSlug":"full","linkDestination":"none"}

କେୱାଇସି ଡାଟା ଅପଡେଟ୍ କରିବା ପାଇଁ  ବାହନ ମାଲିକଙ୍କୁ କିଛି କାଗଜପତ୍ର ଜମା କରିବାକୁ ପଡିବ। ଯେଉଁଥିରେ ବାହାନ ପଞ୍ଜିକରଣ ସାର୍ଟିଫିକେଟ୍, ଡ୍ରାଇଭରଙ୍କ ଲାଇସେନ୍ସ, ପାନ ଅଥବା ଆଧାର କିମ୍ବା ଭୋଟର କାର୍ଡ ଆବଶ୍ୟକ ପଡିବ। ଆଡ୍ରେସ୍ ପ୍ରୁଫ ନିମନ୍ତେ ଆଧାରକାର୍ଡ ଅଥବା ପାସପୋର୍ଟ ସାଙ୍ଗକୁ ପାସପୋର୍ଟ ସାଇଜ ଫଟୋ ମଧ୍ୟ ଆବଶ୍ୟକ। ଏଥିଲାଗି ଆପଣଙ୍କୁ ବ୍ୟାଙ୍କ ସମ୍ପର୍କିତ ଫାସଟ୍ୟାଗ୍ ୱେବସାଇଟ୍‌କୁ ଯିବାକୁ ପଡିବ। ଏଠାରେ ରେଜିଷ୍ଟାର୍ଡ ମୋବାଇଲ ନମ୍ବର ବ୍ୟବହାର କରି ଲଗଇନ କରନ୍ତୁ ଓ ପ୍ରାପ୍ତ ଓଟିପି ଲେଖନ୍ତୁ। ଏହା ପରେ ମାଇଁ ପ୍ରୋଫାଇଲ ସେକ୍ସନକୁ ଯାଇ କେୱାଇସି ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ। ଜରୁରି ସୂଚନା ଦେବା ପରେ ସବମିଟ୍ କରିଦିଅନ୍ତୁ। ଏହା ପରେ ନିଜ ଫାଷ୍ଟ ଟ୍ୟାଗ୍ ଷ୍ଟାଟସ୍ ଯାଞ୍ଚ କରି ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.