ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆଜିଠୁ NH ଟୋଲ୍ ପ୍ଲାଜାରେ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ, ୨୫% ଲେନ୍‌ରେ ମାସେ କୋହଳ

15/12/2019 at 9:20 AM

ଭୁବନେଶ୍ବର ୧୫।୧୨: ଜାତୀୟ ରାଜପଥର ଟୋଲଗେଟ୍ ଗୁଡିକରେ ଆଜିଠୁ ୪ଚକିଆ ଯାନ ଲାଗି ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ତେବେ ଗାଡି ଚାଳକଙ୍କ ସୁବିଧା ଲାଗି ଏକ ଚତୁର୍ଥାଂଶ ଲେନ୍‌ରେ ବ୍ୟବସ୍ଥା କୋହଳ କରାଯାଇଛି । ଟୋଲ୍ ପ୍ଲାଜାର ଏସବୁ ହାଇବ୍ରିଡ୍ ଲେନ୍‌ରେ କ୍ୟାସ୍ ଦେଇ ଚାଲାଣ କାଟିବା ବ୍ୟବସ୍ଥା ରହିବ । ଜାନୁଆରୀ ୧୫ତାରିଖ ପର୍ଯ୍ୟନ୍ତ ଏହି କୋହଳ ବ୍ୟବସ୍ଥା ରହିବ । ସେପର୍ଯ୍ୟନ୍ତ ଗାଡି ଚାଳକମାନେ ଫାସ୍‌ଟ୍ୟାଗ୍ ନେଇପାରିବେ ।

ଡିସେମ୍ବର୧ ଠାରୁ ଟୋଲ ପ୍ଲାଜାରେ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଥିଲା । ତେବେ ଅନେକ ଗାଡି ଚାଳକ ଫାସ୍‌ଟ୍ୟାଗ୍ ନେଇ ନଥିବା ଅବଧିକୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । ଏବେ ବି ଅନେକ ଗାଡି ଚାଳକ ଫାସ୍‌ଟ୍ୟାଗ୍ ଲଗାଇ ନଥିବାରୁ ୧ମାସ ଯାଏଁ ବ୍ୟବସ୍ଥାକୁ ସାମାନ୍ୟ କେହଳ କରାଯାଇଛି । ଏବେ ଟୋଲ୍ ପ୍ଲାଜାର ୭୫ପ୍ରତିଶତ ଲେନ୍ ରେ ଫାସ୍‌ଟ୍ୟାଗ୍‌ର ଚାଲାଣ କରିବା ବ୍ୟବସ୍ଥା ରହିବ ।

   Related Posts