krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୈଜ୍ଞାନିକଙ୍କ ଖୁଲାସା : ୧୪ ଘଣ୍ଟାର ଉପବାସ ବଢ଼ାଇଥାଏ ଭୋକ, ମନୋବଳ ଓ ନିଦ

17/11/2023 at 3:20 PM

ମୁମ୍ଵାଇ ୧୭।୧୧: ବ୍ରିଟେନ୍‌ର ଏକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଖାଇବାରେ ୧୦ ଘଣ୍ଟାର ବ୍ୟବଧାନ ଶକ୍ତି ବୃଦ୍ଧି, ଉନ୍ନତ ମନୋବଳ ସହ ନିଦ ମଧ୍ୟ ବଢାଇଥାଏ । ଲଣ୍ଡନର କିଙ୍ଗ୍‌ସ କଲେଜରେ ହୋଇଥିବା ଗବେଷଣାର ଫଳାଫଳକୁ ୟୁରୋପିଆନ୍‌ ନ୍ୟୁଟ୍ରିସନ୍‌ କନ୍‌ଫରେନ୍ସରେ ଉପସ୍ଥାପନା କରାଯାଇଥିଲା । ଇଣ୍ଟରମିଟେଣ୍ଡ ଫାଷ୍ଟିଙ୍ଗ୍‌(ମଧ୍ୟବର୍ତ୍ତୀ ଉପବାସ) ବା ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଭୋଜନ ବ୍ୟବହାରକୁ ସୀମିତ କରିବା(ଲିମିଟିଂ ମିଲ୍‌) ଏକ ଲୋକପ୍ରିୟ ଓଜନ ହ୍ରାସ ପଦ୍ଧତି । ଯଦି ଆପଣ ନିୟମିତ ଖାଦ୍ୟ ସୂଚୀକୁ ୧୦ ଘଣ୍ଟା ମଧ୍ୟରେ ସୀମିତ ରଖି ବାକି ୧୪ ଘଣ୍ଟାର ଉପବାସ କରନ୍ତି । ଉଦାହରଣସ୍ୱରୂପ, ଯଦି ତୁମର ପ୍ରଥମ ଖାଇବା ସକାଳ ୯ଟାରେ ଖାଇଛି, ତେବେ ୨ୟ ଥର ସନ୍ଧ୍ୟା ୭ଟାରେ ହେବା ଉଚିତ୍‌ ।

କେତେକ ମଧ୍ୟବର୍ତ୍ତୀ ଉପବାସ ୬ ଘଣ୍ଟା ରହୁଥିବା ବେଳେ ଆଉ କେତେକ ୧୦ ଘଣ୍ଟାକୁ ବେଶୀ ପ୍ରଭାବଶାଳୀ ବୋଲି ଗ୍ରହଣ କରିଥାନ୍ତି । ଏହା ମନୋବଳ, ଶକ୍ତି ଓ ଭୋକରେ ପରିବର୍ତ୍ତନ ଆଣିଥାଏ । କିଙ୍ଗସ୍‌ କଲେଜର ଡକ୍ଟର ସାରା ବେରୀ ଓ ମୁଖ୍ୟ ବୈଜ୍ଞାନିକ କହିଛନ୍ତି, କୌଣସି କ୍ଲିନିକ୍‌ ବାହାରେ ଏହା ହେଉଛି ସର୍ବ ବୃହତ୍‌ ଗବେଷଣା । ଯାହା ଦର୍ଶାଉଛି ଯେ ମଧ୍ୟବର୍ତ୍ତୀ ଉପବାସ ବାସ୍ତବରେ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ଖାଇବାରେ ୧୦ ଘଣ୍ଟାର ବ୍ୟବଧାନ, ଅଧିକାଂଶ ଲୋକଙ୍କ ପାଇଁ ପରିଚାଳନଯୋଗ୍ୟ, ଉନ୍ନତ ମନୋବଳ, ଶକ୍ତିସ୍ତର ଓ କ୍ଷୁଧାକୁ ବଢାଇଥାଏ । ହେଲ୍ପ ଆପ୍‌ରେ ୩୭, ୫୪୫ ଲୋକ ତିନି ସପ୍ତାହ ପାଇଁ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ ।

ପ୍ରଥମ ସପ୍ତାହରେ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଭାବିକ ଭାବେ ଖାଇବାକୁ କୁହାଯାଇଥିଲା । ତା’ ପର ସପ୍ତାହରେ ୧୦ ଘଣ୍ଟା ବ୍ୟବଧାନରେ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ୩୬,୨୩୧ରୁ ଅଧିକ ଅଂଶଗ୍ରହଣକାରୀ ଅତିରିକ୍ତ ସପ୍ତାହ ପାଇଁ ଚୟନ କରିଥିଲେ । ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ ୭୮ ପ୍ରତିଶତ ମହିଳା ଥିବା ବେଳେ ସେମାନଙ୍କର ବୟସ ୬୦ର ଆଖାପାଖ ରହିଥିଲା । ଗବେଷଣାରୁ ଜଣାପଡିଛି ଯେ ସ୍ୱାସ୍ଥ୍ୟ ଉପରେ କେବଳ ଆପଣ କ’ଣ ଖାଉଛନ୍ତି, ତାହାର ପ୍ରଭାବ ପଡି ନଥାଏ । ବରଂ ଖାଦ୍ୟ ଖାଇବାର ସମୟ ବ୍ୟବଧାନ ମଧ୍ୟ ଖୁବ୍‌ ପ୍ରଭାବଶାଳୀ ହୋଇଥାଏ ।

   Related Posts