ମେ ଫେୟାର୍ରେ “ଫ୍ୟାଶନ କୋଟ୍ୟୁର ୱିକ୍”, ଯୋଗ ଦେଲେ ଦେଶ ବିଦେଶର ବହୁ ଖ୍ୟାତନାମା ମଡେଲ
20/12/2022 at 7:27 PM

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ମେ ଫାୟାର ଲାଗୁନ ପରିସରରେ ଗତକାଲି (୧୯ ତାରିଖ) ଅନୁଷ୍ଠିତ ହୋଇଯାଇଛି ପୂର୍ବ ଭାରତର ସର୍ବବୃହତ ଫ୍ୟାଶନ ଶୋ “ଫ୍ୟାଶନ କୋଟ୍ୟୁର ୱିକ୍ (Fashion couture week)” । ମେଟାଲ ମାକ୍ସ ଦ୍ୱାରା ଆୟୋଜିତ ଏହି ଫ୍ୟାଶନ ଶୋ ରେ ଦେଖିବାକୁ ମିଳିଛି ଓଡ଼ିଶାର କଳା ସଂସ୍କୃତି ସମ୍ପନ୍ନ ହସ୍ତକଳାର ନିଚ୍ଛକ ଝଲକ। ଦେଶ ବିଦେଶର ବହୁ ଖ୍ୟାତନାମା ମଡେଲଙ୍କ ସମେତ ୧୨ ଜଣ ଜଣାଶୁଣା ଫ୍ୟାଶନ ଡିଜାଇନର ଏହି ଶୋରେ ଯୋଗ ଦେଇ ନିଜର କଲେକ୍ସନ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରମ୍ପାରିକ ଓ ସାଂସ୍କୃତିକ ଗରିମାକୁ ଦୃଷ୍ଟିରେ ରଖି ବୁଣାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା କଲେକ୍ସନ ମଧ୍ୟ ମଞ୍ଚରେ ସ୍ଥାନ ପାଇଥିଲା।
ଭାରତର ପ୍ରଥମ ହେଲଥକେୟାର କ୍ଲଦିଙ୍ଗ ବ୍ରାଣ୍ଡ ଅପହିଲ ମଧ୍ୟ ଏହି ମଞ୍ଚରେ ଲୋକାର୍ପିତ ହୋଇଛି। ଏକ କଂସେପ୍ଟ ଡିଜାଇନିଂ ମଧ୍ୟ ମଞ୍ଚରେ ଦେଖିବାକୁ ମିଳିଛି । ଯେଉଁଥିରେ କରୋନା ଯୋଦ୍ଧା ମାନଙ୍କର ତ୍ୟାଗ ଓ ବଳିଷ୍ଠ ଭୂମିକାକୁ ବର୍ଣ୍ଣନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସିନିଅର ଆଇଏଏସ ଅଫିସର ଶ୍ରୀ ପାର୍ଥ ସାରଥି ମିଶ୍ର, ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀମତି ଶ୍ରୀମୟି ମିଶ୍ର, ଡିମଇଟୀ ନିର୍ଦ୍ଦେଶକ ଡାକ୍ତର ବ୍ରଜକିଶୋର ଦାସ, ଟିମ ଆଡ଼ମାର୍କର ନିର୍ଦ୍ଦେଶକ ଶ୍ରୀ ନିଶିକାନ୍ତ ମିଶ୍ରଙ୍କ ସମେତ ଓଳିଉଡ଼ ପ୍ରଯୋଜକ ଶ୍ରୀ ସଂଜୟ ନାୟକ, ଅଭିନେତ୍ରୀ ଉଷାସି ମିଶ୍ର, ସମାଜ ସେବୀ ମୀରା ପରିଡା ଓ ସାଧନା ମିଶ୍ର ଏହିପରି ଅନେକ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ।
ଆୟୋଜିକ ଅମନଦୀପ କୌର, ସ୍ତୁତି ରଞ୍ଜନଙ୍କ ସମେତ ସହଯୋଗୀ ଟିମ ଓ ଅନ୍ୟ ଜଡ଼ିତ ଅନୁଷ୍ଠାନର ସଦସ୍ୟ ଯେପରିକି ସୋସିଓ ଆର୍ଟର ଫାଉଣ୍ଡର ଆଦ୍ୟାଶ୍ରୀ ଦିବ୍ୟଦର୍ଶନୀ, ରୋଟାରିଆନ ଶୁଭଙ୍କର ମହାନ୍ତି, ଓଡିଟ୍ରାଇବର ସଦସ୍ୟ ରିକି, ଅପହିଲର ଫାଉଣ୍ଡର ଡାକ୍ତର ଅଭଜିତ ଉପାଧ୍ୟାୟ, ଫିକି ଫ୍ଲୋର ନମ୍ରତା ଚହଲ, ଭିଏଲସିସି ପଟିଆର ନିର୍ଦେଶିକା, ଏଭୋସର ନିହାର ରଞ୍ଜନ ଓ ସହଯୋଗୀ ସଦସ୍ୟମାନେ ଏହି ଫ୍ୟାଶନ ଶୋକୁ ସଫଳତାର ସହ ପ୍ରସ୍ତୁତ କରିଥିଲେ।