୭ ମାସ ପରେ ମୁକ୍ତ ହେଲେ ଫାରୁକ ଅବଦୁଲ୍ଲା, କହିଲେ ତାଙ୍କ ପାଖରେ କହିବାକୁ ଶବ୍ଦ ନାହିଁ

Published By : Prameya-News7 Bureau | March 13, 2020 IST

ଶ୍ରୀନଗର ୧୩।୦୩: ଜାମ୍ମୁ-କାଶ୍ମୀର ସରକାର ସାତ ମାସ ପର୍ଯ୍ୟନ୍ତ ଗୃହବନ୍ଦୀ ରଖିବା ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରିଛି। ଫାରୁକ ଅବଦୁଲ୍ଲା ଶ୍ରୀନଗରର ସାଂସଦ ଏବଂ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ତାଙ୍କୁ ଶ୍ରୀନଗରର ଗୁପକାର ରୋଡ୍ ସ୍ଥିତ ନିଜର ବାସଭବନରେ ନଜରବନ୍ଦୀ କରି ରଖାଯାଇଥିଲା।

ମୁକ୍ତ ହେବା ପରେ  ଫାରୁକ ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ପରିଜନଙ୍କ ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଫାରୁକ କହିଛନ୍ତି ଯେ, ସେ ଶୀଘ୍ର ଦିଲ୍ଲୀ ଯାଇ ସଂସଦର ଗୃହ କାର୍ଯ୍ୟରେ ଯୋଗ ଦେବେ। ଫାରୁକ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ମୁଁ ଆଜି ମୁକ୍ତ ହୋଇଛି ଓ କିଛି କହିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ। ଫାରୁକ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ସ୍ଵାଧୀନତା ସେ ପର୍ଯ୍ୟନ୍ତ ଅଧୁରା ରହିବ, ଯେ ପର୍ଯ୍ୟନ୍ତ ଅଟକ ଥିବା ସମସ୍ତ ଲୋକ ମୁକ୍ତ ହୋଇ ନାହାନ୍ତି।

{"id":237744,"width":597,"height":448,"sizeSlug":"large"}

କେନ୍ଦ୍ର ସରକାରଙ୍କ ଗୃହ ରାଜ୍ୟମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କ ଅନୁସାରେ ଜାମ୍ମୁ-କାଶ୍ମୀରରେ ସଂପ୍ରତି ୪୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଏଥିରେ ଅନେକ ଲୋକଙ୍କୁ ଘାଟିର ସ୍ଥିତି ସମୀକ୍ଷା ପରେ ମୁକ୍ତ କରାଯିବ। ଫାରୁକ କହିଛନ୍ତି ଯେ, ମୁଁ ସେମାନଙ୍କଠାରେ କୃତଜ୍ଞ ଯେଉଁମାନେ ମୋର ମୁକ୍ତ ହେବା ନେଇ ମୋତେ ଶୁଭକାମନା ଜଣାଇଛନ୍ତି।

ପ୍ରମୁଖ ସଚିବ ଜାରି କଲେ ଆଦେଶ

ଏହା ପୂର୍ବରୁ ଶୁକ୍ରବାର ଜାମ୍ମୁ-କାଶ୍ମୀର ସରକାରର ପ୍ରମୁଖ ସଚିବ ଶାଲୀନ କାବରା ଫାରୁକ ଅବଦୁଲ୍ଲାଙ୍କ ଉପରେ ଲଗାଯାଇଥିବା ପିଏସଏ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ସରକାରଙ୍କ ପକ୍ଷରୁ ଫାରୁକଙ୍କ ଉପରେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପିଏସଏ ଲଗା ଯାଇଥିଲା। ଏହା ପରେ ଏହାକୁ ଡିସେମ୍ବର ୧୩ରୁ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାର ଅବଧି ମାର୍ଚ୍ଚ ୧୩ରେ ସମାପ୍ତ ହୋଇଛି। ଏହା ପରେ ସରକାର ନିଜର ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.