ପାଠପଢା ବେଳେ ପଡିଥିଲେ ପ୍ରେମରେ, ପରିବାରର ବିରୋଧ ସତ୍ତ୍ବେ କରିଥିଲେ ବିବାହ

Published By : Prameya-News7 Bureau | November 02, 2023 IST

ନୂଆଦିଲ୍ଲୀ ୦୨।୧୧:  ସଚିନ୍‌ ପାଇଲଟ୍‌ । ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ଉପ ମୁଖ୍ୟମନ୍ତ୍ରୀ । ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ବାସ୍ତବରେ ପତ୍ନୀଙ୍କ ସାରାଙ୍କ ଠାରୁ ଅଲଗା ହୋଇଛନ୍ତି ସଚିନ୍ ।  ଏନେଇ ନିର୍ବାଚନୀ ସତ୍ୟପାଠରୁ ହୋଇଛି ଖୁଲାସା । ସତ୍ୟପାଠରେ ପତ୍ନୀଙ୍କ ନାଁ ଆଗରେ ସେ ଲେଖିଛନ୍ତି ଡିଭୋର୍ସଡ୍ ।

{"id":864809,"width":840,"height":567,"sizeSlug":"full","linkDestination":"none"}

କିନ୍ତୁ ସଚିନ୍‌ ପାଇଲଟ୍‌ଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମି ଲଭ୍‌ ଷ୍ଟୋରୀଠାରୁ କମ୍‌ ନୁହେଁ । ପଢିବା ବେଳେ ପ୍ରେମ, ସମ୍ପର୍କକୁ ପରିବାର ଲୋକଙ୍କ ବିରୋଧ ଏବଂ ପରିବାରର ବିନା ଅନୁମତିରେ ଅନ୍ୟ ଧର୍ମରେ ବିବାହ । କିନ୍ତୁ ବିବାହର ୧୯ ବର୍ଷ ପରେ ସମ୍ପର୍କର ଏପରି ଶେଷ ହେବ, କେହି ଚିନ୍ତା ବି କରିନଥିଲେ । ୨୦୦୪ ମସିହାରେ ସଚିନ୍ ଓ ସାରାଙ୍କର ହୋଇଥିଲା ବିବାହ । ସାରା ହେଉଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ଝିଅ ଏବଂ ଉମର ଅବଦୁଲାଙ୍କ ଭଉଣୀ ।

{"id":864810,"width":841,"height":568,"sizeSlug":"full","linkDestination":"none"}

ସଚିନ ପାଇଲଟ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟଙ୍କ ପୁଅ । ଦିଲ୍ଲୀରେ ପାଠ ପଢା ସାରିବା ପରେ ଉଚ୍ଚଶିକ୍ଷା ପାଇଁ ସଚିନ ଯାଇଥିଲେ ଲଣ୍ଡନ । ସେଠାରେ ସେ ଯେଉଁ କଲେଜରେ ଆଡମିଶନ ନେଇଥିଲେ, ସେହି କଲେଜରେ ହଁ ପଢୁଥିଲେ ସାରା । ଏଠାରେ ହିଁ ଦୁହିଁଙ୍କର ଦେଖା ହୋଇଥିଲା ଏବଂ ପ୍ରେମରେ ପଡି ଯାଇଥିଲେ ଉଭୟ ।  

{"id":864812,"width":840,"height":566,"sizeSlug":"full","linkDestination":"none"}

ଲଣ୍ଡନରୁ ଭାରତ ଫେରିବା ପରେ ସଚିନ ଏବଂ ସାରାଙ୍କ ପ୍ରେମ କାହାଣୀ ଉଭୟଙ୍କ ପରିବାରକୁ ଜଣା ପଡିଯାଇିଥିଲା । ଆଉ ଉଭୟଙ୍କ ପରିବାର ବହୁତ ରାଗିଥିଲେ । ପରିବାରର ବିରୋଧ ସତ୍ତ୍ବେ    ସଚିନ୍ ଏବଂ ସାରା ଲୁଚିକି ୨୦୦୪ରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ହିଁ ପରିବାର ଲୋକଙ୍କୁ ଏନେଇ ଜଣା ପଡିଥିଲା । ସେତେବେଳେ ପରିବାର ସଦସ୍ୟ ପ୍ରତିବାଦ କରିଥିଲେ ।

{"id":864813,"width":839,"height":503,"sizeSlug":"full","linkDestination":"none"}

ସମ୍ପର୍କକୁ ବିରୋଧ କରିବାର ମୁଖ୍ୟ କାରଣ ଥିଲା ଧର୍ମ । ସାରା ମୁସଲମାନ ଥିଲେ ଏବଂ ସଚିନ୍‌ ପାଇଲଟ୍‌ ହିନ୍ଦୁ ଥିଲେ । ବିବାହ ପରେ ସଚିନ ଏବଂ ସାରା ଏକାଠି ରହିବାକୁ ଲାଗିଲେ । କିଛି ସମୟ ପରେ ସଚିନଙ୍କ ପରିବାର ରାଜି ହୋଇଯାଇଥିଲେ ଏବଂ ସାରାଙ୍କୁ ଆପଣାଇଥିଲେ । କିନ୍ତୁ ସାରାଙ୍କ ପରିବାର ବହୁତ ସମୟ ଯାଏଁ ଅସନ୍ତୁଷ୍ଟ ରହିଲେ ।

{"id":864814,"sizeSlug":"full","linkDestination":"none"}

ସାରା କିନ୍ତୁ ତାଙ୍କ ପରିବାରକୁ ସଫା ସଫା ଜଣାଇଦେଇଥିଲେ କି ସେ ତାଙ୍କ ନିଷ୍ପତ୍ତି ବଦଳାଇବେ ନାହିଁ । ଶେଷରେ ସାରାଙ୍କ ପରିବାର ଲୋକଙ୍କୁ ବି ସାରାଙ୍କ ପ୍ରେମ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥିଲା ।  ଯେପରି ବିବାହକୁ ନେଇ କାହା ପାଖରେ କିଛି ଖବର ନଥିଲା, ସେହିପରି ଛାଡପତ୍ରକୁ ନେଇ ବି କାହାକୁ କୌଣସି ଖବର ନଥିଲା ।  

{"id":864815,"sizeSlug":"full","linkDestination":"none"}

ସଚିନ ଏବଂ ସାରାଙ୍କର ଆରାନ୍ ଏବଂ ବିହାନ୍ ୨ ପୁଅ ଅଛନ୍ତି । ୨୦୧୮ ବିଧାନସଭା ନିର୍ବାଚନ ପରେ ପାଇଲଟଙ୍କ ପୁରା ପରିବାର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେହି ସମୟରେ ସଚିନଙ୍କ ଶ୍ୱଶୁର ଫାରୁକ୍ ଅବଦୁଲ୍ଲା ମଧ୍ୟ ତାଙ୍କ ପତ୍ନୀ ସାରା ପାଇଲଟ, ଦୁଇ ପୁଅ ଆରାନ ଏବଂ ବିହାନଙ୍କ ସହ ଉପସ୍ଥିତ ଥିଲେ।

You Can Read:

wp:embed {"url":"https://www.prameyanews7.com/congress-leader-sachin-pilot-affidavit-reveals-his-divorce-from-sara-abdullah/","type":"wp-embed","providerNameSlug":"prameya-news-7"}
https://www.prameyanews7.com/congress-leader-sachin-pilot-affidavit-reveals-his-divorce-from-sara-abdullah/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.