ଜଳବନ୍ଦୀ ଘେରରେ ବିଭିନ୍ନ ବ୍ଲକ: ବିଲରେ ବିହନ ପଚିଗଲାଣି, ଚିନ୍ତାରେ ଚାଷୀ
18/08/2022 at 3:38 PM

ଭଦ୍ରକ ୧୮/୦୮: ପାଣି କମୁଛି , କିନ୍ତୁ ଚାଷୀ ଙ୍କ ଚିନ୍ତା ବଢୁଛି । ପ୍ରଥମେ ଲଗାଣ ବର୍ଷା ପୁଣି ଲଘୁଚାପ ଆଉ ଶେଷରେ ବନ୍ୟା ସବୁ ବୁଡାଇ ଦେଇଛି । ଚାଷୀ ମାନେ ବିଲରେ ହଳ ପରେ ବିହନ ବୁଣିଥିଲେ । ବିହନ ଗଜା ହେଉ ହେଉ ଆରମ୍ଭ ହେଲା ପ୍ରକୃତିର ଦାଉ । ବିଲରେ ବିହନ ଗୁଡିକ ପଚିଗଲାଣି ।

ଉପର ମୁଣ୍ଡରେ ଥିବା ଚାଷ ଜମିରେ ଏମିତି ଅବସ୍ଥା । କିନ୍ତୁ ଏବେ ମଧ୍ୟ ସବୁ ଚାଷ ଜମିରୁ ଜଳ ସ୍ଥର କମି ନାହିଁ । ପୁଣି ଆଗକୁ ଲଘୁଚାପ ଚିନ୍ତାକୁ ଦୁଇଗୁଣ କଲାଣି । ବିଲରେ ତଳା ମଧ୍ୟ ପଚି ଯାଇଛି । ବିକଳ୍ପ ପାଇଁ ଚାଷୀ ମଧ୍ୟ ଚିନ୍ତାରେ ।
Related Posts
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023