scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୌସୁମୀକୁ ନେଇ ଚିନ୍ତାରେ ଚାଷୀ, ମାଟି ଫାଟି ଆଁ କଲାଣି, ୯୧ ପ୍ରତିଶତ କମ୍ ବର୍ଷା

18/06/2023 at 5:39 PM

ଭୁବନେଶ୍ଵର: ଅସହ୍ୟ ଗରମ । ଗମଗମ ବୋହୁଛି ଝାଳ । ସହି ହେଉନି ଗୁଳୁଗୁଳି ।  ଗୋଟିଏ ପଟେ ରାଜ୍ୟବାସୀ ଗରମକୁ ନେଇ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନିଶ୍ଚିତ ମୌସୁମୀକୁ ନେଇ ଚିନ୍ତାରେ ଚାଷୀ । ଚାହୁଁ ଚାହୁଁ ଜୁନର ଅଧା ଦିନ ଗଡ଼ିଗଲାଣି । ୭୯ ପ୍ରତିଶତ କମ୍ ବର୍ଷା ରେକର୍ଡ଼ କରାଯାଇଛି । ଜୁନ୍ ୧ ରୁ ୧୭ ତାରିଖ ଭିତରେ ୯୧ ମିମି ବର୍ଷା ହେବା କଥା କିନ୍ତୁ ହୋଇଛି ମାତ୍ର ୧୯ ପ୍ରତିଶତ ।

ମାଟି ଫାଟି ଆଁ କଲାଣି । ଚାଷ କାମ ଆଗେଇ ପାରୁନି । ଆଇଏମଡ଼ି ରେକର୍ଡ଼ ଅନୁଯାୟୀ ଗୋଟିଏ ବର୍ଷରେ ସର୍ବାଧିକ ୧୧ ଟି ଗ୍ରୀଷ୍ମ ଲହରୀ ଆସିଥାଏ । ଏଥର କିନ୍ତୁ ୨୧ ଗ୍ରୀଷ୍ମ ଲହରୀକୁ ସହି ସାରିଲେଣି ରାଜ୍ୟବାସୀ । ତେଣୁ ବର୍ଷା କମ ସାଙ୍ଗକୁ ଚାଷ କାମରେ ପ୍ରବଳ ବ୍ୟାଘାତ ସୃଷ୍ଟି ହେଲାଣି । ତେବେ ସବୁଠୁ ସାଙ୍ଘାତିକ କଥା ହେଲା ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ ବନ୍ୟା ଓ ମରୁଡ଼ି ଭଳି ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବ ଆମ ରାଜ୍ୟ ।

ତେଣୁ କୃଷି ବିଶେଷଜ୍ଞଙ୍କ କହିବା କଥା ହେଲା ୧୨୦-୧୩୦ ଦିନ ଭିତରେ ଅମଳ କରି ହେଉଥିବା ଧାନ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଢିପ ଜମିରେ ଚାଷ କରିବା ଓ ରୋଇବା ପରିବର୍ତ୍ତେ ବୁଣିବା ଧାନ କରିବା ପାଇଁ କହିଛନ୍ତି । ଏହାଛଡ଼ା ବନ୍ୟାକୁ ସହି ପାରୁଥିବା ଧାନ ଚାଷ କରିବା ପାଇଁ ମଧ୍ୟ ଚାଷୀକୁ ପରାମର୍ଶ ଦେଇଛନ୍ତି ।

Faced with drought, Indian farmers look for help - UCA News

ତେବେ ଆଗାମୀ ୩ ଦିନ ପାଇଁ ଦିନ ତାପମାତ୍ରା ରେ କୌଣସି ବଡ଼ ପରିବର୍ତ୍ତନ ନ ଥିବା କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି ଜିଲାରେ ୪ ରୁ ୭ ଡ଼ିଗ୍ରୀ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି ।  ସାମୁଦ୍ରିକ ପବନ ଉପକୂଳରୁ ଆସୁଥିବାରୁ ଟିକେ କମ୍ ଗରମ ଅନୁଭୂତ ହେବା ନେଇ ମଧ୍ୟ ପାଣିପାଗ ବିଶେଷଜ୍ଞ ମାନେ ମତ ଦେଇଛନ୍ତି  । ଗତ ୨୪ ଘଣ୍ଟାରେ  ସୋନପୁରରେ ସର୍ବାଧିକ ୪୫.୭ ଡ଼ିଗ୍ରୀ ସେଲସିୟସ ରେକର୍ଡ଼  କରାଯାଇଥିଲା ।

ଏ ଖବର ପଢନ୍ତୁ-ଉତ୍କଟ ମରୁଡି ଯୋଗୁ ଭୋକରେ ଆଉଟୁପାଉଟୁ ୧.୩କୋଟିରୁ ଅଧିକ ଲୋକ, ୬ମାସରେ ସ୍ଥିତି ଆହୁରି ହେବ ଭୟଙ୍କର! ଚେତାଇଲା ୟୁଏନ୍‌

   Related Posts