ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଧାନ ଚାଷରେ ପୋକ ଲାଗିବାରୁ ଚିନ୍ତାରେ ଚାଷୀ, କୃଷିବିଭାଗ ରୋଗପୋକ ଚିହ୍ନଟ ସହ ନିରାକରଣ ପାଇଁ ଦାବି

23/10/2022 at 4:06 PM

କେନ୍ଦ୍ରାପଡ଼ା, ୨୩/୧୦: ଧାନଗଛରେ ପୋକ। ଏକର ଏକର ଧାନଚାଷକୁ ପୋକ ଚରିଯିବା ପରେ ଏବେ ଚିନ୍ତାରେ କେନ୍ଦ୍ରାପଡାର ଚାଷୀ। କାଣ୍ଡବିନ୍ଧା ପୋକ ସମେତ ଅନ୍ୟ ରୋଗପୋକ ଆକ୍ରମଣରେ ଧାନଚାଷ ପ୍ରଭାବିତ ହୋଇଛି। ଧାର କରଜ କରି ଚାଷରେ ଖର୍ଚ୍ଚ କରିଥିବା ଚାଷୀ ମୁଣ୍ଡରେ ସତେ ଯେମିତି ଚଡକ ପଡିଛି। କୀଟନାଶକ ବ୍ୟବହାର ପରେ ବି ସମସ୍ୟାର ସମାଧାନ ହେଉ ନାହିଁ।

କଅଁଳିଆ ଧାନପତ୍ର ସମେତ ନୂଆକରି ବାହାରି ଥିବା ଧାନକେଣ୍ଡାକୁ ଏହି ପୋକ ଚରି ଯାଉଛି। ଧାନକେଣ୍ଡାରେ ପୋକ ଲାଗିବା ପରେ ଗଛ କଷରା ହୋଇ ପଡିବା ସହ ଦୁର୍ବଳ ହୋଇ ଯାଉଛି। ଫଳରେ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। କେନ୍ଦ୍ରାପଡା ଜିଲ୍ଲା ନରଣପୁର, ମଧୁରକୂଳ, ବାଲିଗୋଠ, କେଉଟଗଡ, ଗଣ୍ଡାକିଆ ପ୍ରଭୃତି ଅଂଚଳରେ ଶହଶହ ଏକର ଧାନଚାଷ ଏବେ ଏହି ରୋଗପୋକ ଦ୍ବାରା ଆକ୍ରାନ୍ତ ହୋଇ ପଡିଛି। ସ୍ଥାନୀୟ ଚାଷୀ ନିଜ ଉଦ୍ୟମରେ କୀଟନାସକ ବ୍ୟବହାର କରୁଛନ୍ତି। କିୁନ୍ତୁ ଫଳ ଶୂନ। ଦିନରେ ପୋକ ଲୁଚି ଯାଉଥିବା ବଳେ ବିଶେଷ କରି ରାତିବେଳା ଧାନକେଣ୍ଡା ଚରି ଯାଉଥିବା ଚାଷୀ କହିଛି। ରୋଗପୋକ ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ କରି ନିରାଶ ହେବା ପରେ ଏବେ ଭାଗ୍ୟକୁ ଭରସା କରିଛି ଚାଷୀ। 

ଏହି ପୋକ ଏକ ପ୍ରକାର କାଣ୍ଡବିନ୍ଧା ପୋକ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି। ଏହି ପୋକ ବ୍ୟତୀତ ଚଳିତ ଧାନଚାଷ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛି। ଚଳିତବର୍ଷ ଭଲ ଧାନଚାଷ ହୋଇଥିବା ବଳେ ଭଲ ଅମଳ ନେଇ ମଧ୍ୟ ଆଶାବାଦୀ ହୋଇ ପଡିଥିଲେ ଚାଷୀ। କିୁନ୍ତୁ ଚାଷୀର ସବୁ ସ୍ବପ୍ନ ଧୁଳିସାତ ହୋଇ ଯାଇଛି। ପୋକ ମୁହଁରେ ଉଜୁଡି ଯିବାକୁ ବସିଛି ଚଳିତ ଋତୁର ଧାନଚାଷ। ଧାନଚାଷ ପାଇଁ ଧାର ଉଧାର କରି ଋଣଗ୍ରସ୍ତ ହୋଇଥିବା ଚାଷୀ ପାଇଁ ଏହି ସମସ୍ୟା ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି। 

ଜିଲ୍ଲା କୃଷିବିଭାଗ ରୋଗପୋକ ଚିହ୍ନଟ କରିବା ସହ ଏହାର ନିରାକରଣ ପାଇଁ ଚାଷୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି।

   Related Posts