ରାଜଧାନୀରେ ଗର୍ଜିଲେ କୃଷକ ! କହିଲେ ଦାବି ପୂରଣ ନକଲେ ୫ ପଏଣ୍ଟରେ ଅଚଳ କରିବେ ଦିଲ୍ଲୀ

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯।୧୧: ଚାଷୀ ଆନ୍ଦୋଳନ ଜାତୀୟ ରାଜଧାନୀକୁ ଆକଣ୍ଠ କଲାଣି। ରଜଧାନୀ ଦିଲ୍ଲୀର ସବୁ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ଚାଷୀଙ୍କ ଟ୍ରାକ୍ଟର ଅବରୋଧ କରି ଛିଡା ହୋଇଛନ୍ତି। ଏଥିରେ ଦାବି ପୂରଣ ନ କଲେ ଚାଷୀ ରାଜଧାନୀକୁ ୫ ପଏଣ୍ଟ ଜାମ୍ କରିଦେବେ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୃଷକ ନେତା କହିଛନ୍ତି ଯେ ସରକାରଙ୍କ ନିର୍ଯାତନା ସମସ୍ତ ସୀମା ପାର କରିଛି। ଏଣୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ଆସିଛୁ। ଆମେ ସାଙ୍ଗରେ ଏତେ ରାସନ ନେଇ ଆସିଛୁ ଦିଲ୍ଲୀ ରାଜରାସ୍ତାରେ ଆରମରେ ଆମେ ୪-୫ମାସ ଆନ୍ଦୋଳନ କରିପାରିବୁ। କେନ୍ଦ୍ର ସରକାର ଯଦି ଆମ ଦାବି ନ ମାନନ୍ତି ତେବେ ସହରର ୫ଟି ପ୍ରମୁଖ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ଜାମ କରି ଦିଲ୍ଲୀ ଜାମ କରିଦେବୁ।

ସରକାର ନିସର୍ତ୍ତ ଆଲୋଚନାକୁ ଆସନ୍ତୁ ବୋଲି ଚାଷୀ ପ୍ରଥମ ଦାବି କରିଛନ୍ତି। ସେହିପରି ସଂଶୋଧିତ କୃଷି ଆଇନ-୨୦୨୦ ସରକାର ପ୍ରତ୍ୟାହାର କରି ନିଅନ୍ତୁ ଆମେ ଏଠାରୁ ବିନା ଆଲୋଚନାରେ ଚାଲିଯିବୁ ବୋଲି କହିଛନ୍ତି। ତେବେ ଚାଷୀମାନେ ସରକାରଙ୍କ ବିରୋଧରେ ଧୋକାବାଜୀ ଅଭିଯୋଗ ଆଣିଛନ୍ତି। କେନ୍ଦ୍ରର ମୋଦି ସରକାର ସେମାନଙ୍କୁ ଧୋକ୍କା ଦେଇଥିବା କହିଛନ୍ତି ଚାଷୀ ନେତା।

ସରକାର ଚାଷୀଙ୍କୁ ଏକ ଦେଶ ଏକ ମଣ୍ଡିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଏକ ଦେଶ ଦୁଇ ମଣ୍ଡି କରିଦେଇଛନ୍ତି। ଏଥିରୁ ଗୋଟିଏ ଏପିଏମସି ଆକ୍ଟରେ ଚାଲୁଥିବା ବେଳେ ଆଉ ଗୋଟିଏ ବିନା କୌଣସି ଆଇନ କାନୁନରେ ଚାଲିଛି। ଏପରି ମଣ୍ଡିକୁ କାହାରିକୁ ବି ପ୍ରବେଶ ଅନୁମତି ଥିବା ବେଳେ ଏହା ଦ୍ୱାରା ସରକାର ଚାଷୀଙ୍କୁ ଲୁଟୁଛନ୍ତି। ସରକାରଙ୍କ ଉପରେ ଲୁଟ ଅଭିଯୋଗ ଲଗାଇଛନ୍ତି ଚାଷୀ।

ଚାଷୀଙ୍କ ଏହି ଆନ୍ଦୋଳନରେ ରାତନୈତିକ ଦଳଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଚାଷୀ ଓ ସିଧା ସରକାର କଥା ହେବେ। ଏଥିପାଇଁ ସଙ୍ଗଠନଙ୍କ ଏକ ସମନ୍ୱିତ ସଞ୍ଚାଳନ ସମିତି ଗଠିତ ହୋଇଛି। ସମିତି ହିଁ ଆନ୍ଦୋଳନର ଆଗାମୀ ରୂପରେଖ ପ୍ରସ୍ତୁତ କରିବ ବୋଲି କୃଷକ ନେତା କହିଛନ୍ତି। ଏଣୁ ଚାଷୀଙ୍କ ଏହି ମଞ୍ଚକୁ କୌଣସି ରାଜନୈତିକ ଦଳର ମଞ୍ଚ ହେବାକୁ ଦିଆଯିବନି ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.