ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଅନିୟମିତତାରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ,ନ୍ୟାୟ ଦାବିରେ ଧାରଣାରେ ବସିଲେ ଚାଷୀ

9/10/2021 at 12:59 PM

ଭଦ୍ରକ ୦୯ /୧୦: ଜିଲ୍ଲାର ଧାମନଗର ବ୍ଲକ, ଗୋବିନ୍ଦପୁର ଗ୍ରାମପଞ୍ଚାୟତର ବରଗଡା ସେବା ସମବାୟ ସମିତିର ସଂପାଦକ ଓ ସହକର୍ମୀମାନଙ୍କ ଦ୍ୱାରା ହୋଇଥିବା ଅନିୟମିତତାରେ ଲିପ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ଓ ଗଣ ଧାରଣା । ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ୭ଟି ରାଜସ୍ୱ ଗ୍ରାମର ଚାଷୀ ମାନେ ନ୍ୟାୟ ପାଇଁ ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଗୋବିନ୍ଦପୁର ଗ୍ରାମପଞ୍ଚାୟତ ର ବରଗଡ଼ା ସେବା ସମବାୟ ସମିତିରେ ପ୍ରାୟ ୧୪ଶହ ଚାଷୀ ବିଭିନ୍ନ ପ୍ରକାର ଋଣ କରିଥିଲେ ମଧ୍ୟ ସେଥିମଧ୍ୟରୁ ଅନେକ ଚାଷୀ କେବେ ବା କୌଣସି ଦିନ ସମବାୟ ସମିତିକୁ ଯାଇ ନାହାଁନ୍ତି କିମ୍ବା କୌଣସି ଋଣ ମଧ୍ୟ କରିନାହାନ୍ତି । ଯେଉଁ ୯୫୦ ଜଣ ଚାଷୀ ଋଣ କରିଛନ୍ତି । ତେବେ ସେମାନଙ୍କ ଅଜାଣତରେ ଋଣରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଥିଲା ।

ଏହି ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ହେଲେ କୌଣିସ ପଦକ୍ଷେପ ନ ନେବାରୁ ଚାଷୀ ମାନେ ଧାରଣା ଦେଇଛନ୍ତି । ଦୁର୍ନିତୀ ନିବାରଣ ଅଧିକାରୀଙ୍କ ମାଧ୍ୟମରେ ତଥା ଜଣେ ମାଜିଷ୍ଟ୍ରେଟ ଅଧିକାରୀଙ୍କ ସହାୟତାରେ ତଦନ୍ତ କରାଇଲେ ତାହାର ସତ୍ୟାସତ୍ୟ ପ୍ରକାଶ ପାଇବା ସଂଗେ ସଂଗେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂପାଦକ ଓ ସହକର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

   Related Posts