ଧାନ ବସ୍ତା ରଖି ଚାଷୀଙ୍କ ଧାରଣା : ଆଜି ଟୋକନ ଜରିଆରେ ଧାନ ବିକ୍ରିର ଶେଷ ତାରିଖ
17/02/2020 at 11:07 AM

କଳାହାଣ୍ଡି ୧୭/୨ : ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ । ଜାତୀୟ ରାଜପଥ ୫୯ ଘଣ୍ଟମାଳ ଠାରେ ରାସ୍ତାରୋକ କରିଛନ୍ତି ଚାଷୀ । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ସତ୍ତ୍ବେ ମଣ୍ଡିରୁ ଧାନ କ୍ରୟ ହେଉ ନଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଜିଲ୍ଲାରେ ଧାନ କିଣା ବାଧାପ୍ରାପ୍ତ ହୋଇଛି ।

ରାସ୍ତାରୋକ ଯୋଗୁଁ ମଦନପୁରରାମପୁର – ଭବାନୀପାଟଣାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ୭ ତାରିଖରେ ଚାଷୀ ରାସ୍ତାରୋକ କରିଥିଲେ ଏବଂ ପ୍ରଶାସନ ସପ୍ତାହକ ମଧ୍ୟରେ ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲା । ଆଜି ଟୋକନ ଜରିଆରେ ଧାନ ବିକ୍ରି ର ଶେଷ ତାରିଖ ଥିବାରୁ ଚାଷୀ ପୁଣି ରାସ୍ତାରୋକ କରିଛନ୍ତି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023