ନୂତନ କୃଷି ଆଇନକୁ ବିରୋଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ, ଆଇନ ପ୍ରତ୍ୟାହାର ଦାବି

Published By : Prameya-News7 Bureau | December 14, 2020 IST

ବଲାଙ୍ଗୀର ୧୪।୧୨: ସାରା ଭାରତରେ ଏବେ ନୂତନ କୃଷି ଆଇନକୁ ନେଇ ତାତି । ଏହାକୁ ନେଇ ରାଜରାସ୍ତାକୁ ଚାଷୀ କୂଳ ଓହ୍ଲାଇଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଚାଷୀଙ୍କୁ ସମର୍ଥନ କରିବା ସହ ବିଭିନ୍ନ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

{"id":377319,"sizeSlug":"large","linkDestination":"none"}

ପଶ୍ଚିମ ଓଡିଶା କୃଷକ ସଙ୍ଗଠନ, ଜିଲ୍ଲା କୃଷକ ମହାସଙ୍ଘ,  ଅଖିଳ ଭାରତୀୟ କୃଷକ ଖେତ ମଜଦୁର ସଙ୍ଗଠନ ଭଳି  ବିଭିନ୍ନ ସଙ୍ଗଠନ ଏ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ତୁରନ୍ତ ଏ ଆଇନକୁ ବଦଳାଇବା ଦାବି ରଖିଛନ୍ତି ଚାଷୀ । ଏନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ବିଭିନ୍ନ ସଙ୍ଗଠନ। ତେବେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ବିଭିନ୍ନ ରାଜ୍ୟର ଚାଷୀଙ୍କ କଥା କେନ୍ଦ୍ର ସରକାର ତୁରନ୍ତ ନ ଶୁଣିଲେ ଆଗାମୀ ଦିନରେ ସମଗ୍ର ଭାରତର ଚାଷୀ ସମସ୍ତ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ  ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.