ଚାଷୀଙ୍କ 'ଦିଲ୍ଲୀ ଚଲୋ' ଅଭିଯାନ ୨ ଦିନ ସ୍ଥଗିତ; ସଂଘର୍ଷ ବେଳେ ଜଣେ ଚାଷୀ ମୃତ

Published By : Prameya-News7 Bureau | February 22, 2024 IST

ଦିଲ୍ଲୀ: ଫସଲର ଏମ୍‌ଏସ୍‌ପି ପାଇଁ ଆଇନ ଆଣିବା ଦାବିରେ ଚାଷୀଙ୍କ ଆନ୍ଦୋଳନ ଜୋରଦାର । ପଞ୍ଜାବ-ହରିଆଣାର ଶମ୍ଭୁ ଓ ଖନୌରି ସୀମାରେ ଗର୍ଜିଲା ଚାଷୀ ସଂଗଠନ । ଦିଲ୍ଲୀ ଭିତରକୁ ଧସେଇ ପଶିବା ବେଳେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ବେଳେ ଖନୌରି ସୀମାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ସେହିପରି ସଂଘର୍ଷରେ କିଛି ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଫଳରେ ଆଗାମୀ ଦୁଇ ଦିନ ପାଇଁ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନରେ ବ୍ରେକ୍ ଲାଗିଛି ।

ଚାଷୀ ଆନ୍ଦୋଳନ ଦୁଇ ଦିନ ସ୍ଥଗିତ ରହିଛି । ଏହି ଦୁଇ ଦିନ ମଧ୍ୟରେ ନୂଆ ରଣନୀତି ପ୍ରସ୍ତୁତ କରି ଚାଷୀମାନେ ଆଗକୁ ବଢ଼ିବେ ବୋଲି ଚାଷୀ ନେତା  ସରୱଣ ସିଂହ ପାନେ୍ଧର କହିଛନ୍ତି । ହରିଆଣାର ଖନୌରି ସୀମାରେ ବୁଧବାର ୧୧ଟାରେ ଚାଷୀ ଆନ୍ଦୋଳନ ତେଜିଥିଲା । ହରିଆଣା ପୋଲିସ ସହ ସେମାନଙ୍କର ସଂଘର୍ଷ  ହୋଇଥିଲା । ସଂଘର୍ଷ ବେଳେ ଜଣେ ୨୧ ବର୍ଷୀୟ  ଚାଷୀ ପ୍ରାଣ ହରାଇଥିଲେ ଏବଂ କିଛି ଆହତ ହୋଇଥିଲେ । ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଥିବା  ଆନ୍ଦୋଳନରେ ପ୍ରଥମ ଥର ପାଇଁ ଜଣେ ଚାଷୀ  ସଂଘର୍ଷ ବେଳେ ପ୍ରାଣ ହରାଇଛନ୍ତି । ଫଳରେ  ଆନ୍ଦୋଳନକୁ ଧକ୍କା ଲାଗିଛି । ମୃତ ଯୁବ ଚାଷୀ  ଜଣକ ହେଉଛନ୍ତି ୨୨ ବର୍ଷିୟ ଶୁଭକରନ ସିଂହ । ତାଙ୍କ ଘର  ପଞ୍ଜାବର ଭଠିଣ୍ଡା ଜିଲ୍ଲା ସ୍ଥିତ ବାଲୋକେ ଗ୍ରାମରେ ।

ପୂର୍ବ ଯୋଜନା ଅନୁସାରେ ଆଜି ଚାଷୀମାନେ ଜେସିବି, ପୋକ୍‌ଲିନ୍‌ ମେସିନ୍‌, ଏକ୍ସକାଭେଟର ଓ  କ୍ରେନ୍‌ ଆଦି ଧରି ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ ।  ଏହାପରେ ହରିଆଣା ପୋଲିସ ଏକ ବିବୃତି ଜାରି  କରି ମେସିନ୍‌ଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ କହିଥିଲା । ଏମିତି କି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ  ମୁଣ୍ଡା ଚାଷୀମାନଙ୍କୁ ଶାନ୍ତି ବଜାୟ ପାଇଁ ପରାମର୍ଶ  ଦେବା ସହ ଆଲୋଚନା ପାଇଁ ଆହ୍ୱାନ ଦେଇଥିଲେ ।  କିନ୍ତୁ ଚାଷୀମାନେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଶମ୍ଭୁ ଓ ଖନୌରି ସୀମାରେ ଚାଷୀ ଆନ୍ଦୋଳନ ତେଜିବାକୁ ଲାଗିଥିଲା । ଚାଷୀମାନେ ବ୍ୟାରିକେଡ୍‌  ନିକଟତର ହେବା ପରେ ସ୍ଥିତିକୁ ନିୟନ୍ତ୍ରଣ  କରିବା ପାଇଁ ହରିଆଣା ପୋଲିସ ରବର ଗୁଳି ଓ  ଲୁହବୁହା ଗ୍ୟାସ୍‌ ମାଡ଼ କରିଥିଲା । ହରିଆଣା  ପୋଲିସର ଗୁଳିମାଡ଼ରେ ଯୁବଚାଷୀ ଶୁଭକରନ ପ୍ରାଣ  ହରାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।  ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା କୁହାଯାଉଛି ।

ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଲ ସିଂହ  ଖଇରା କହିଛନ୍ତି, ଚାଷୀମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ  ଆନ୍ଦୋଳନ କରୁଥିବା ବେଳେ ପୋଲିସ ଲୁହବୁହା  ଗ୍ୟାସ୍‌ ଏବଂ ଗୁଳି ମାଡ଼ କରିଥିଲା । ଏଥିରେ ଅନେକ  ଚାଷୀ ଆହତ ହୋଇଥିଲେ । ସମସ୍ତଙ୍କୁ ରାଜିନ୍ଦ୍ର  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ  ଶୁଭକରନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି  ଚାଷୀମାନେ ହରିଆଣାର ସବୁ ଜିଲ୍ଲାରେ ରାସ୍ତାରୋକ  କରିବେ ବୋଲି ଚେତାବନୀ ଦେଇଛନ୍ତି ।

wp:embed {"url":"https://www.prameyanews7.com/bjp-slams-karnataka-government-for-10-percent-tax-on-temples-says-anti-hind/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjp-slams-karnataka-government-for-10-percent-tax-on-temples-says-anti-hind/
/wp:embed

ଆନ୍ଦୋଳନ ବେଳେ କିଛି ଚାଷୀ ପୋଲିସର ଲୁହ ବୁହା ଗ୍ୟାସ ଓ ରବର ଗୁଳିକୁ ଜବାବ ଦେବା ଲାଗି ଧାନ ନଡ଼ାରେ ନିଆଁ ଲଗାଇ ଲଙ୍କାଧୂଆଁ ଦେଇଥିଲେ ।  ଲଙ୍କାଧୂଆଁ ବ୍ୟାପିବା ବେଳେ କିଛି ଚାଷୀ ପୋଲିସ  ଉପରେ ଆକ୍ରମଣ କରିଥିଲେ । ଏହାଦ୍ୱାରା ୧୨  ପୁଲିସ କର୍ମୀ ଆହତ ହୋଇଛନ୍ତି । ଚାଷୀ ସଂଗଠନ  କେଏମ୍‌ଏମ୍‌ର ସଂଯୋଜକ ସରୱଣ ସିଂହ ପାନେ୍ଧର  ଲୁହବୁହା ଗ୍ୟାସ୍‌ ସଂସ୍ପର୍ଶରେ ଆସିଥିଲେ । ଏହାପରେ  ତାଙ୍କୁ ଆନ୍ଦୋଳନ ସ୍ଥଳରୁ ବାହାରକୁ ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.